ବାମନାଳ: ପୁରୀଜିଲ୍ଲା ନିମାପଡ଼ା ଏକତା ପଦଯାତ୍ରା।ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି  କାଜିପାଟଣା ଛକ ନିକଟରେ ଏକତା ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Advertisment

Solidarity walk
Solidarity walk Photograph: (sambad.in)

ଏହି ଅବସରରେ ପ୍ରଥମେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପରେ ପରେ ଏକତା ପଦଯାତ୍ରାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ୧୦ କିଲୋମିଟରରୁ ଅଧିକ ପଦଯାତ୍ରାରେ ସାମିଲ ହୋଇ କାଜିପାଟଣା ନିକଟରୁ ନିମାପଡ଼ା ବାରବାଟି ପଡିଆ ନିକଟରେ ଆୟୋଜିତ ସାଧାରଣ ବୈଠକରେ ଯୋଗ ଦେଇଥିଲେ।

Solidarity walk
Solidarity walk Photograph: (sambad.in)

ଆହୁରି ପଢ଼ନ୍ତୁ: Code Word For Explosives: ବିସ୍ଫୋରକର କୋଡ୍ ୱାର୍ଡ ଥିଲା ସିପ୍‌ମେଣ୍ଟ ଏବଂ ପ୍ୟାକେଜ୍: ମୁଜାମ୍ମିଲଙ୍କ ଡାଏରୀରୁ ମିଳିଲା ସୂଚନା

ଛାତ୍ରଛାତ୍ରୀ ପଦ ଯାତ୍ରାରେ ସାମିଲ

ଏହି ଅବସରରେ ପ୍ରତ୍ୟେକ ଛକ ନିକଟରେ ବିଭିନ୍ନ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପଦ ଯାତ୍ରାରେ ସାମିଲ ହେବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ପଦଯାତ୍ରାକୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଜଗସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ,ପୁରୀ ଜିଲ୍ଲାପାଳ ଦିବ୍ୟ ରଞ୍ଜନ ପରିଡ଼ା,ପୁରୀ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ ସିଂ,ନିମାପଡ଼ା ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଅଭିଜିତ ଷଡ଼ଙ୍ଗୀ, ଏନ୍ ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାଶ, ନିମାପଡ଼ା ଶିକ୍ଷା ବିଭାଗର ଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: Sunny Deol Angry: ଟିକେ ବି ଲାଜ ଲାଗୁନି? ଘରେ ବାପା-ମା’ ଅଛନ୍ତି ତ? ଘର‌ ବାହାରେ ଥିବା ଫଟୋଗ୍ରାଫରଙ୍କୁ ଏଭଳି କହିଲେ ସନ୍ନି