ପଶ୍ଚିମବଙ୍ଗର ସୋଲପଟା: ବଦଳିଛି ମାନଚିତ୍ର, ବଦଳିନି ଓଡ଼ିଆ ପ୍ରୀତି, ୪୦ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ନ୍ତି ଓଡ଼ିଆରେ

Advertisment

ବିଚ୍ଛିନ୍ନାଞ୍ଚଳରେ ଏବେ ବି ଏମିତି ବହୁ ଗାଁ ରହିଛି, ଯେଉଁଠି ଲୋ‌କେ ଓଡ଼ିଆ ଭାଷା, ସଂସ୍କୃତି ଓ ଚଳଣିକୁ ଜାବୁଡ଼ି ଧରିଛନ୍ତି। ସେହିପରି ଏକ ଗାଁ ହେଉଛି ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ଦାନ୍ତୁନ-୧ ବ୍ଲକ୍‌ର ଚକସ୍ମାଇଲପୁର ପଞ୍ଚାୟତର ସୋଲପଟା ଗାଁ। ଓଡ଼ିଶା ସୀମାନ୍ତରେ ଥିବା....

ବିଚ୍ଛିନ୍ନାଞ୍ଚଳରେ ଏବେ ବି ଏମିତି ବହୁ ଗାଁ ରହିଛି, ଯେଉଁଠି ଲୋ‌କେ ଓଡ଼ିଆ ଭାଷା, ସଂସ୍କୃତି ଓ ଚଳଣିକୁ ଜାବୁଡ଼ି ଧରିଛନ୍ତି। ସେହିପରି ଏକ ଗାଁ ହେଉଛି ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ଦାନ୍ତୁନ-୧ ବ୍ଲକ୍‌ର ଚକସ୍ମାଇଲପୁର ପଞ୍ଚାୟତର ସୋଲପଟା ଗାଁ। ଓଡ଼ିଶା ସୀମାନ୍ତରେ ଥିବା....

ssdcxxcd

ଜଳେଶ୍ୱର: ବିଚ୍ଛିନ୍ନାଞ୍ଚଳରେ ଏବେ ବି ଏମିତି ବହୁ ଗାଁ ରହିଛି, ଯେଉଁଠି ଲୋ‌କେ ଓଡ଼ିଆ ଭାଷା, ସଂସ୍କୃତି ଓ ଚଳଣିକୁ ଜାବୁଡ଼ି ଧରିଛନ୍ତି। ସେହିପରି ଏକ ଗାଁ ହେଉଛି ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲା ଦାନ୍ତୁନ-୧ ବ୍ଲକ୍‌ର ଚକସ୍ମାଇଲପୁର ପଞ୍ଚାୟତର ସୋଲପଟା ଗାଁ। ଓଡ଼ିଶା ସୀମାନ୍ତରେ ଥିବା ଏହି ଗାଁକୁ ଜଳେଶ୍ବର ବ୍ଲକ୍‌ର ସୁଗୋ, ଧାନସିମୁଳିଆ ଓ ବେଲି ଗୋପୀନାଥପୁର ଗାଁ ଆଦି ଲାଗିଛି। ସୋଲପଟା ଗାଁ ସିନା ପଶ୍ଚିମବଙ୍ଗରେ, ହେଲେ ଗାଁରେ ରହୁଥିବା ଲୋକଙ୍କ ମନରେ ଓଡ଼ିଶା ଓ ଓଡ଼ିଆ ଭାଷା ପ୍ରତି ଭଲ ପାଇବା ରହିଛି। ଗାଁରେ ପାଖାପାଖି ୪ ଶହ ପରିବାରର ୧୫ଶହ ଲୋକ ବାସ କରନ୍ତି। ପଶ୍ଚିମବଙ୍ଗରେ ଥିବା ଏହି ଗାଁର ଲୋକେ ବଙ୍ଗଳା ବଦଳରେ ଓଡ଼ିଆରେ ହିଁ କଥାବାର୍ତ୍ତା କରନ୍ତି। ଗ୍ରାମର ୪୦ ପ୍ରତିଶତ ଛାତ୍ରଛାତ୍ରୀ ଜଳେଶ୍ବର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମେତ ସୁଗୋ, କାଶିଡ଼ିହା ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ଓଡ଼ିଆରେ ହିଁ ପାଠ ପଢ଼ନ୍ତି।

ଜଳେଶ୍ବର ବ୍ଲକ୍‌ ନଛିମପୁର ପଞ୍ଚାୟତର ବେଲି ଗୋପିନାଥପୁର ଗ୍ରାମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୁଏ। ରଥଯାତ୍ରା ସମୟରେ ସୋଲପଟା ଗାଁର ଲୋକେ ରଥକୁ ଗାଁକୁ ପାଛୋଟି ନିଅନ୍ତି। ପ୍ରଭୁ ଜଗନ୍ନାଥ ଗ୍ରାମବାସୀଙ୍କ ବଡ଼ ଠାକୁର ହୋଇଥିବା ବେଳେ ଅଧିକାଂଶ ଲୋକଙ୍କ ଘରେ ପୋଥି, ପୁରାଣ ରହିଛି। ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଗାଁରେ ସମସ୍ତ ପର୍ବପର୍ବାଣି ପାଳନ କରାଯାଏ। ସେହିପରି ସୋଲପଟା ସୀମାରେ ଆୟୋଜିତ ହୁଏ କାଳୀପୂଜା। ଏହି ପୂଜାର ନେତୃତ୍ବ ନିଅନ୍ତି ଗ୍ରାମବାସୀ। ଏହା ବ୍ୟତୀତ ଗାଁରେ ଏବେ ତିଳକେଶ୍ବର ମହାଦେବଙ୍କ ଚଡ଼କ ଯାତ୍ରା ଓ ମା’ ବାସନ୍ତୀ ପୂଜା ସମ୍ପୂର୍ଣ୍ଣ ଓଡ଼ିଆ ପଦ୍ଧତିରେ ଅନୁଷ୍ଠିତ ହେଉଛି। ପର୍ବପର୍ବାଣିରେ ଓଡ଼ିଆ ମେଲୋଡି, ଓଡ଼ିଆ ଯାତ୍ରା ହୁଏ। ପର୍ବପର୍ବାଣି ସମୟରେ ଡାକବାଜି ଯନ୍ତ୍ରରୁ ମଧ୍ୟ ଓଡ଼ିଆ ସଙ୍ଗୀତ ଭାସି ଆସେ। ଗ୍ରାମବାସୀଙ୍କ ମୁଖ୍ୟ ବଜାର କହିଲେ ଜଳେଶ୍ବର। ବସ୍‌ସେବା, ରେଳସେବା ସମେତ ଅନ୍ୟ ଯେ କୌଣସି କାମ ପାଇଁ ଆମେ ଜଳେଶ୍ବର ଉପରେ ହିଁ ନିର୍ଭର କରୁ ବୋଲି ଗ୍ରାମର ଦିଲ୍ଲୀପ ଜେନା, ସମୀର ଦାସ କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe