ଆଲୋଚନା ମାଧ୍ୟମରେ ସମାଧାନର ବାଟ ଫିଟିବ: ପରିବହନ ମନ୍ତ୍ରୀ

ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଙ୍ଘ ସହ ସରକାର ମଙ୍ଗଳବାର ବୈଠକ କରିବେ ବୋଲି ସୂଚନା ମିଳିଛି। ଆଲୋଚନା ମାଧ୍ୟମରେ ଦାବି ସମାଧାନ ପାଇଁ ବୈଠକ କରାଯିବ। ଡ୍ରାଇଭର ମହାସଂଘ ସହ ପୂର୍ବରୁ ଆଲୋଚନା ହୋଇଥିଲା। ସେମାନଙ୍କର କେତେକ ନାର୍ଯ୍ୟ ଦାବି ଅଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି...

ଅଦ୍ୟତନ ହୋଇଛି
Solution will be found through dialogue: Transport Minister

Solution will be found through dialogue: Transport Minister Photograph: (sambad.in)

ଭୁବନେଶ୍ବର: ଆନ୍ଦୋଳନ କରୁଥିବା ଡ୍ରାଇଭର ମହାସଙ୍ଘ ସହ ସରକାର ମଙ୍ଗଳବାର ବୈଠକ କରିବେ ବୋଲି ସୂଚନା ମିଳିଛି। ଆଲୋଚନା ମାଧ୍ୟମରେ ଦାବି ସମାଧାନ ପାଇଁ ବୈଠକ କରାଯିବ।

ଡ୍ରାଇଭର ମହାସଂଘ ସହ ପୂର୍ବରୁ ଆଲୋଚନା ହୋଇଥିଲା। ସେମାନଙ୍କର କେତେକ ନାର୍ଯ୍ୟ ଦାବି ଅଛି ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ୧୦୦ କିମି ଭିତରେ ସେମାନଙ୍କ ପାଇଁ ସୁବିଧା, ରାସ୍ତାରେ ଦୁର୍ଘଟଣା ସମୟରେ ଲୋକଙ୍କ ଆକ୍ରୋଶର ଶିକାର ଆଦି ଦାବି ଉପରେ ବିଚାର କରାଯିବ।  

ଅଟୋଚାଳକଙ୍କୁ ସେମାନଙ୍କ ମହାସଙ୍ଘ ସହ ରଖିବା ପାଇଁ ସେମାନଙ୍କ ଦାବି ଅଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ସେମାନେ ଆନ୍ଦୋଳନ କରିଛନ୍ତି। ମହାସଂଘ ସହ କଥା ବାର୍ତ୍ତା ଚାଲିଛି। ମଙ୍ଗଳବାର ଆମେ ମହାସଂଘ ସହିତ ବୈଠକ ପୁଣି ଡାକିବୁ।

ଆମର ଦଳ ସଭାପତିଙ୍କ ନାମ ଘୋଷଣା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଜାଗାରୁ ଲୋକେ ଆସୁଛନ୍ତି। ଡ୍ରାଇଭର ଆମକୁ ସହଯୋଗ କରରୁଛନ୍ତି। ପୂର୍ବରୁ ଆଲୋଚନା ହୋଇଛି। ସେମାନେ ସରକାରଙ୍କ ବିରୁଦ୍ଧରେ କିମ୍ବା ସରକାର ସେମାନଙ୍କ ବିରୁଦ୍ଧରେ ନାହାନ୍ତି । ଆଲୋଚନା ମାଧ୍ୟମରେ ସମାଧାନ ବାଟ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି।  ଆମେ ମହାସଙ୍ଘର ଦାବି ଆଲୋଚନା ମାଧ୍ୟମରେ ସମାଧାନ କରିବୁ। 

ଅଧିକ ପଢ଼ନ୍ତୁ: ନିର୍ଦ୍ଵନ୍ଦରେ ରାଜ୍ୟ ସଭାପତି ନିର୍ବାଚିତ ହେଲେ ମନମୋହନ

କିଛି ସମୟ ମଧ୍ୟରେ ଏହାର ସମାଧାନ ହୋଇଯିବ। ମହାସଂଘ ସହ ଆଲୋଚନା କରିବେ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏହା ପୂର୍ବରୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କ୍ୱାର୍ଟରରେ ପରିବହନ କମିସନର ଅମିତାଭ ଠାକୁର ପହଞ୍ଚିଥିଲେ।  କମିସନର ମନ୍ତ୍ରୀଙ୍କ ମଧ୍ୟରେ କିଛି ଆଲୋଚନା ହୋଇଥିବା କୁହାଯାଉଛି।

ଅଧିକ ପଢ଼ନ୍ତୁ:ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ ମିଳିଲା ବଡ ଦାୟିତ୍ୱ

Bibhuti Bhushan Jena

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe