ମଦ ଦୋକାନ ଲାଇସେନ୍ସ ନବୀକରଣ ପାଇଁ ସଲଭେନ୍ସି ସାର୍ଟିଫିକେଟ ବ୍ୟବସ୍ଥା ବଳବତ୍ତର

ପୌର ନିର୍ବାଚନ ପାଇଁ ୫ଦିନ ମଦ ବିକ୍ରି ବନ୍ଦ, ୨୨ରୁ ୨୬ ପର୍ଯ୍ୟନ୍ତ କୌଣସି ସହରରେ ମଦ ବିକ୍ରି ହେବନି

Amar Ujala

କଟକ : ମଦ ଦୋକାନ ଲାଇସେନ୍ସ ନବୀକରଣ ପାଇଁ ସଲଭେନ୍ସି ସାର୍ଟିଫିକେଟ ଗ୍ରହଣୀୟ ହେବ। ଅନ୍ୟାନ୍ୟ ସର୍ତ୍ତପୂରଣ ସହିତ ଆବଶ୍ୟକ ସଲଭେନ୍ସି ସାର୍ଟିଫିକେଟ ଦାଖଲ କରୁଥିବା ଆବେଦନକାରୀଙ୍କ ଲାଇସେନ୍ସ ନବୀକରଣ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି। ଏ ନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ପୂର୍ବରୁ ବିଦେଶୀ ମଦ ଦୋକାନ ଲାଇସେନ୍ସ ନେବା ବେଳେ ଓ ଲାଇସେନ୍ସ ନବୀକରଣ ବେଳେ ‌ସଂପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ସଲଭେନ୍ସି ସାର୍ଟିଫିକେଟ ଦେବାକୁ ପଡୁଥିଲା। ତହସିଲଦାର/ରାଜସ୍ବ ଅଧିକାରୀଙ୍କ ନିକଟରୁ ସଲଭେନ୍ସି ସାର୍ଟିଫିକେଟ ମିଳୁଥିବା ବେଳେ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୦୨୦, ଜାନୁଆରି ୨ରେ ରାଜସ୍ବ ଅଧିକାରୀ ଆଉ ସଲଭେନ୍ସି ସାର୍ଟିଫିକେଟ ପ୍ରଦାନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲା। ଏପରି ନିର୍ଦ୍ଦେଶକୁ ଆଧାର କରି ଅବକାରୀ ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରି ମଦ ଦୋକାନ ନୂଆ ଲାଇସେନ୍ସ ପାଇଁ ଓ ଲାଇସେନ୍ସ ନବୀକରଣ ପାଇଁ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ଲାଗୁ କରିଥିଲା। ବିଦେଶୀ ମଦ ଦୋକାନ ଅଫ୍ ସପ୍ ଓ ଅନ୍ ସପ୍ ଲାଇସେନ୍ସ ନବୀକରଣ ପାଇଁ ପୃଥକ ପରିମାଣର ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ମାର୍ଚ୍ଚ ୩୦ରେ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଥିଲା। ୨୦୨୦-୨୧ ଅବକାରୀ ନୀତିରେ ମଧ୍ୟ ବ୍ୟାଙ୍କ ଗ୍ୟାରେଣ୍ଟି ପ୍ରସଂଗ ବାଧ୍ୟତାମୂଳକ କରାଯାଇଥିଲା।

ଅବକାରୀ ବିଭାଗର ଏଭଳି ନିଷ୍ପତ୍ତିକୁ ଚାଲେଞ୍ଜ କରି ଶତାଧିକ ମଦ ଦୋକାନ ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ସଲଭେନ୍ସି ସାର୍ଟିଫିକେଟ ନେଇ ମଦ ଦୋକାନ ଲାଇସେନ୍ସ ନବୀକରଣ କରିବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ‌ରାଜସ୍ବ ଅଧିକାରୀଙ୍କ ନିକଟରେ ଆବଶ୍ୟକ ସଲଭେନ୍ସି ସାର୍ଟିଫିକେଟ ପାଇଁ ଆବେଦନକାରୀ ଦରଖାସ୍ତ କରିପାରିବେ ବୋଲି ଜୁନ ୩ର ଅନ୍ତରୀଣ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା। ଅନ୍ତରୀଣ ନିର୍ଦ୍ଦେଶ ବଳରେ ଆବେଦନକାରୀଙ୍କ ମଦ ଦୋକାନ ଲାଇସେନ୍ସ ସଲଭେନ୍ସି ସାର୍ଟିଫିକେଟ ଗ୍ରହଣ କରି ଅବକାରୀ ବିଭାଗ ନବୀକରଣ କରିଥିଲା। ଏହାପରେ ଏହି ପ୍ରସଂଗକୁ ନେଇ ରୁଜୁ ଶତାଧିକ ମାମଲାର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ, ବିରଜା ପ୍ରସନ୍ନ ଦାସ, ଅରୁଣ କୁମାର ପାତ୍ର, କୌଶିକ ଆନନ୍ଦ ଗୁରୁ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe