ଚର୍ଚ୍ଚାରେ ସମୋ ବିବିଙ୍କ ଗାଡି ସର୍ଭିସ ସେଣ୍ଟର : ସ୍ୱାମୀ ଚାଲିଯିବା ପରେ ଗାଡ଼ି ଧୋଇ ପୋଷୁଛନ୍ତି ପରିବାର

Advertisment
ଚର୍ଚ୍ଚାରେ ସମୋ ବିବିଙ୍କ ଗାଡି ସର୍ଭିସ ସେଣ୍ଟର : ସ୍ୱାମୀ ଚାଲିଯିବା ପରେ ଗାଡ଼ି ଧୋଇ ପୋଷୁଛନ୍ତି ପରିବାର

କଟକ : ସ୍ୱାବଲମ୍ବୀ ମହିଳା ସମୋ ବିବି। ଅଳ୍ପ ବୟସରୁ ସ୍ୱାମୀଙ୍କୁ ହରାଇଛନ୍ତି, କିନ୍ତୁ କାହା ପାଖରେ ହାତ ପତାଇ ନାହାନ୍ତି। ସ୍ୱାମୀଙ୍କ ଦେହାନ୍ତ ପରେ ଦୁଃଖ ରୂପି ପାହାଡ ଡେଇଁ ସ୍ୱାବଲମ୍ବୀ ହୋଇପାରିଛନ୍ତି ସମୋ । ଝିଅ ଓ ନାତିଙ୍କ ମୁହଁରେ ଦାନା ଦି ମୁଠା ଦେବା ପାଇଁ ରାସ୍ତାକଡରେ ସର୍ଭିସିଂ ସେଣ୍ଟର କରି ଗାଡି ଧୋଉଛନ୍ତି ସମୋ।

କଟକ ଯୋବ୍ରା ଅଞ୍ଚଳ ରାସ୍ତା କଡରେ ରହିଛି ସମୋଙ୍କ ଗାଡି ସର୍ଭିସିଂ ସେଣ୍ଟର। ସକାଳ ୭ଟାରୁ ସନ୍ଧ୍ୟା ୬ଟା । ବର୍ଷ ତମାମ ଏଭଳି ଗାଡି ଧୋଇ ଆସୁଛନ୍ତି ସମୋ। କାରଣ ସେ ଗାଡି ଧୋଇଲେ ତାଙ୍କ ନାତି ପାଠ ପଢିବ, ଝିଅ ଭଲରେ ଦି ଗଣ୍ଡେ ଖାଇବ। ତେବେ ସର୍ଭିସିଂ ସେଣ୍ଟର କରିବା ପୂର୍ବରୁ ସେ ତେଜରାତି ଦୋକାନ କରିଛନ୍ତି, ଘରକୁ ଘର ବୁଲି ଶାଢୀ ବିକିଛନ୍ତି। କିନ୍ତୁ ପ୍ରତି ବେପାରରେ ଠକାମୀର ଶିକାର ହେବା ପରେ ଗାଡି ସର୍ଭିସିଂ କରିବା ଆରମ୍ଭ କରିଥିଲେ ସମୋ। ଆଉ ଚାହୁଁ ଚାହୁଁ ଏହି କାମରେ ଦୀର୍ଘ ୨୫ ବର୍ଷ ବିତାଇ ସାରିଲେଣି ସମୋ।

publive-image

ସାଧାରଣତଃ ଗାଡି ସର୍ଭିସିଂ ଭଳି କାମ ପୁରୁଷ ମାନଙ୍କୁ କରୁଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ସମୋ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ନିଜେ ଭଲ ଦି ପଇସା ରୋଜଗାର କରିବା ସହ ଅନ୍ୟ ଦୁଇଜଣଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ଆଉ ସବୁଠୁ ବଡ କଥା ହେଲା, ସମୋଙ୍କ ଗାଡି ଧୂଆକୁ ବେଶ ପସନ୍ଦ କରନ୍ତି ଗାଡି ଚାଳକ । କାରଣ ସମୋଙ୍କ ହାତ ବାଜିବା ପରେ ଧୂଳି ଧୂସର ଦେଖାଯାଉଥିବା ଗାଡି ଚିକଚିକ୍ କରିଥାଏ। ଏସବୁ ଭିତରେ ସମୋଙ୍କ ଗୋଟିଏ ଡର ତାଙ୍କର ଏହି ସର୍ଭିସିଂ ସେଣ୍ଟରକୁ କେବେ ଭାଙ୍ଗି ଦେବେନି ତ ସରକାର । କାରଣ ସରକାରୀ ଜାଗା ଉପରେ ତିଆରି ହୋଇଛି ତାଙ୍କର ଏହି ସ୍ୱପ୍ନର ସର୍ଭିସିଂ ସେଣ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe