ଥାନାରେ କାନ୍ଦି ନ୍ୟାୟ ମାଗିଲେ ସୋମାଲିକା, ‘ମୁଁ ମରିଗଲେ ସମସ୍ତେ ଶାନ୍ତି ପାଇବେ’

Advertisment
ଥାନାରେ କାନ୍ଦି ନ୍ୟାୟ ମାଗିଲେ ସୋମାଲିକା, ‘ମୁଁ ମରିଗଲେ ସମସ୍ତେ ଶାନ୍ତି ପାଇବେ’

ଜଗତସିଂହପୁର ଟାଉନ୍ : ‘ମୁଁ ଥାନାକୁ ଆସିଛି ଫୋନ୍ କଲ୍ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ। ଥାନାରେ ବସିଛି କିନ୍ତୁ ମୋ ଫେସ୍‌ବୁକରେ ପୋଷ୍ଟ ହୋଇଥିବା ପୁରୁଣା ଫଟୋ କାଢ଼ି ଏଡିଟିଂ କରି ଭାଇରାଲ୍ କରାଯାଉଛି। ତା ପୁଣି ମୁଁ ନିଜେ ପୋଷ୍ଟ କରିଥିବା ସାଙ୍ଗସାଥୀଙ୍କ ସହ ଭୋଜିର ଫଟୋ। ମୁଁ କଣ କାହା ସହ ମିଶିବିନି, କୁଆଡ଼େ ଯିବିନି, କିଛି କରିବିନି? ମୋ ଇଜ୍ଜତର ଧଜିଆ ଉଡ଼ାଉଛନ୍ତି ବିଧାୟକଙ୍କ ସମର୍ଥକମାନେ। ବିଧାୟକ ତ ପ୍ରେମରେ ଲିପ୍ତ ରହିଛନ୍ତି। ଥାନାରେ ଅଭିଯୋଗ କଲେ ମଧ୍ୟ କିଛି ଲାଭ ନାହିଁ। ବିଜେଡି ସରକାର ଶୋଇଛି। ମୁଁ ମରିଗଲେ ସବୁ ଶାନ୍ତି ପାଇଯିବେ।

ଗତକାଲି ରାତିରେ ଜଗତସିଂହପୁର ଥାନାରେ ଏମିତି କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ନ୍ୟାୟ ମାଗିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ସୋମାଲିକା ଦାଶ। ସେ କହିଛନ୍ତି ଯେ ୨୦୨୨ ମେ ମାସରେ ଏସ୍‌ପି ଓ ଥାନାର ଦ୍ବାରସ୍ଥ ହୋଇ ବିଜୟ ଶଙ୍କରଙ୍କ ବିରୋଧରେ ଅଭିଯୋଗ କରିଥିଲି। କିନ୍ତୁ ତାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରାଗଲା ନାହିଁ। ହାଇକୋର୍ଟର ଦ୍ବାରସ୍ଥ ହେଲା ପରେ ପୁଲିସ ମାମଲା ରୁଜୁ କରିଛି। ଗୋଟି ଗୋଟି କରି ତଥ୍ୟ, ପ୍ରମାଣ ମଧ୍ୟ ଦେଲି। ଅଡିଓ, ଭିଡିଓ, ଫଟୋ ଯାହା ଥିଲା ସବୁ ଦାଖଲ କରିଛି। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ଏପଟେ ମୋତେ ବିଧାୟକଙ୍କ ସମର୍ଥକମାନେ ଫୋନ୍‌ରେ ପରୋକ୍ଷ ଧମକ ମଧ୍ୟ ଦେଉଛନ୍ତି। ଫେସ୍‌ବୁକ୍‌ରେ ଫଟୋ, ଭିଡିଓ କାଢ଼ି ଏଡିଟିଂ କରି ଭାଇରାଲ୍ କରୁଛନ୍ତି। କିନ୍ତୁ ପୁଲିସ ଚୁପ୍। ଏକାଧିକ ମହିଳାଙ୍କ ସହ ପ୍ରେମରେ ଲିପ୍ତ ରହିଥିବା ଏଭଳି ବିଧାୟକଙ୍କୁ ଘରୁ ଘୋଷାଡ଼ି ବାଡ଼େଇ ଚୂନ କାଳି ବୋଳିବା କଥା ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସୋମାଲିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe