ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ: ମାଜିଷ୍ଟ୍ରେଟଙ୍କ ନିକଟରେ ସୋମାଲିକାଙ୍କ ବୟାନ ରେକର୍ଡ

Advertisment
ଥାନାରେ କାନ୍ଦି ନ୍ୟାୟ ମାଗିଲେ ସୋମାଲିକା, ‘ମୁଁ ମରିଗଲେ ସମସ୍ତେ ଶାନ୍ତି ପାଇବେ’

ଜଗତସିଂହପୁର ଟାଉନ୍ : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅ‌ଭିଯୋଗ ଆଣିଥିବା ପ୍ରେମିକା ସୋମାଲିକା ଦାଶଙ୍କର ମାଜିଷ୍ଟ୍ରେଟଙ୍କ ନିକଟରେ ସିଆର୍‌ପିସି ଧାରା-୧୬୪ ଅନୁସାରେ ବୟାନ ‌େରକର୍ଡ କରାଯାଇଛି। ଘଟଣା ସମ୍ପର୍କରେ ପୂର୍ବରୁ ପୁଲିସ ନିକଟରେ ଯେଉଁ ବୟାନ ଦେଇଥିଲେ, ମାଜିଷ୍ଟ୍ରେଟଙ୍କ ନିକଟରେ ମଧ୍ୟ ସୋମାଲିକା ଗୋଟିଗୋଟି କରି ସବୁ ତଥ୍ୟ ଉପସ୍ଥାପନ କରିଥିବା ସୂଚନା ମିଳିଛି।

ପୁଲିସ ତରଫରୁ ଦିଆଯାଇଥିବା ସମୟ ଅନୁସାରେ, ସୋମାଲିକା ଦିନ ସାଢ଼େ ୧୦ଟା ସୁଦ୍ଧା ଜଗତସିଂହପୁର ଥାନାରେ ପହଞ୍ଚିଥିଲେ। ତଦନ୍ତକାରୀ ଅଧିକାରୀ ସୋମାଲିକାଙ୍କୁ ପୁଲିସ ଗାଡ଼ିରେ ନେଇ ଜଗତସିଂହପୁର ଜିଲ୍ଲା କୋର୍ଟରେ ପହଞ୍ଚିଥିଲେ। ଜେଏମଏଫସିଙ୍କ ନିକଟରେ ବୟାନ ରେକର୍ଡ ହୋଇଥିଲା। ବୟାନ ରେକର୍ଡ ପରେ ସୋମାଲିକା ଅପରାହ୍ନରେ କୋର୍ଟରୁ ବାହାରିଥିଲେ। ଏହାପରେ ନିଜ ପ୍ରତିକ୍ରିୟାରେ ସୋମାଲିକା କହିଥିଲେ , ବିଧାୟକ ବିଜୟ ଶଙ୍କରଙ୍କୁ ତୁରନ୍ତ ଗିରଫ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବେ।

ଅନ୍ୟପକ୍ଷରେ, ମାମଲା ରୁଜୁ ପରେ ବିଜୟ ଶଙ୍କରଙ୍କ ଅଡ଼ୁଆ ବଢ଼ିବ ବୋଲି କୁହାଯାଉଛି। କାରଣ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ପୁଲିସର ପ୍ରାଥମିକ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି। ଏହାପରେ ପୁଲିସ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ସହ ତଦନ୍ତକୁ ଜୋର୍‌ଦାର୍‌ କରିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe