କିଛି ବିଧର୍ମୀ ହିନ୍ଦୁତ୍ବକୁ ନଷ୍ଟ କରିବାକୁ ଚାହୁଛନ୍ତି: ଶଙ୍କରଚାର୍ଯ୍ୟ

ଭାରତ ନାମକୁ ସମର୍ଥନ ଜଣାଇଲେ ଜଗଦ୍‌ଗୁରୁ

କିଛି ବିଧର୍ମୀ ହିନ୍ଦୁତ୍ବକୁ ନଷ୍ଟ କରିବାକୁ ଚାହୁଛନ୍ତି: ଶଙ୍କରଚାର୍ଯ୍ୟ

ପୁରୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ଙ୍କ ସନାତନ ଧର୍ମ ପ୍ରତି କଟୁ ମନ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧାଭାଷ ମୁଣ୍ଡ ଟେକିଛି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ବି ଏହାକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସାରା ବିଶ୍ୱରେ ସର୍ବପୁରାତନ ଓ ଚିରନ୍ତନ ସତ୍ୟ ହେଉଛି ସନାତନ ଧର୍ମ। ତେଣୁ କିଛି ବିଧର୍ମୀ ଭାରତର ହିନ୍ଦୁମାନଙ୍କ ଧାର୍ମିକ ବ୍ୟବସ୍ଥା ଓ ସାର୍ବଭୌମତ୍ୱକୁ ନଷ୍ଟ କରିବା ପାଇଁ ଷଡ୍‌ଯନ୍ତ୍ର କରୁଛନ୍ତି ବୋଲି ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି ।

ଜଗଦ୍‌ଗୁରୁ କହିଛନ୍ତି, କିଛି ବିଦେଶୀ ଶକ୍ତି ସେମାନଙ୍କ ଧର୍ମର ସ୍ଥାୟୀତ୍ୱ ବଜାୟ ରଖିବା ପାଇଁ ସନାତନ ଧର୍ମକୁ ବଦନାମ କରୁଛନ୍ତି। ଯୀଶୁ ମଧ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିକଟରୁ ସନାତନ ଧର୍ମ ଶିକ୍ଷା କରିଛନ୍ତି। ତେଣୁ ଆମ ଧର୍ମକୁ ବଦନାମ କରିବା କି ଷଡ୍‌ଯନ୍ତ୍ର କରିବା ଆଦୌ ଗ୍ରହଣୀୟ ନୁହେଁ। ଇଣ୍ଡିଆ ବନାମ ଭାରତ ବିବାଦ ପ୍ରସଙ୍ଗ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ଶଙ୍କରଚାର୍ଯ୍ୟ। ସେ ଭାରତ ସପକ୍ଷରେ ମତ ରଖିଛନ୍ତି। ଶଙ୍କରଚାର୍ଯ୍ୟ କହିଛନ୍ତି, ପୌରାଣିକ ତଥ୍ୟ ଓ ଧର୍ମଶାସ୍ତ୍ରରେ ଭାରତ ନାମ ଭାରତବର୍ଷ ଥିଲା। ରାଜା ଭରତଙ୍କ ନାମରେ ଏହି ଦେଶର ନାମ ଭାରତ ହୋଇଛି। ତେଣୁ ଏକ ଇଂରାଜୀ ନାମ ଇଣ୍ଡିଆ ରଖିବା ହିନ୍ଦୁ ରାଷ୍ଟ୍ର ପାଇଁ ଉଚିତ ନୁହେଁ। ଭାରତ ଅଖଣ୍ଡ ଓ ଏହି ଅଖଣ୍ଡ ଭାରତର ବାର୍ତ୍ତା ସାରା ବିଶ୍ୱରେ ପ୍ରତିପାଦିତ ହେବାରେ ଲାଗିଛି। ଶଙ୍କରାଚାର୍ଯ୍ୟ କହିଛନ୍ତି, ଯେତେବେଳେ ସମ୍ବିଧାନ ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ସ୍ୱାମୀ ଜୀବନା ଦତ୍ତ ଇଣ୍ଡିଆ ସହିତ ଭାରତ ନାମକୁ ଯୋଡ଼ିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ପରାମର୍ଶ ଦେଇଥିଲେ। ସନାତନ ଧର୍ମର ରକ୍ଷା ଓ ପ୍ରଚାରପ୍ରସାର ପାଇଁ ଭାରତ ନାମକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସନୀୟ କାର୍ଯ୍ୟ ବୋଲି ଜଗଦ୍‌ଗୁରୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe