ମିଳିଲାନି ଶବବୁହା ଗାଡ଼ି, ବାଇକ୍‌ରେ ବାନ୍ଧି ବାପାଙ୍କ ଶବ ବୋହିଲା ପୁଅ

Advertisment
ମିଳିଲାନି ଶବବୁହା ଗାଡ଼ି, ବାଇକ୍‌ରେ ବାନ୍ଧି ବାପାଙ୍କ ଶବ ବୋହିଲା ପୁଅ

ନୂଆପଡ଼ା: ମଙ୍ଗଳବାର ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା ସ୍ବାସ୍ଥା ବିଭାଗର ବିକଳ ଚିତ୍ର। ଶବବୁହା ଗାଡ଼ି ନ ମିଳିବାରୁ ପୁଅ, ବାପାଙ୍କ ଶବକୁ ବାଇକ୍‌ରେ ବାନ୍ଧି ମେଡିକାଲ୍‌ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଗାଁକୁ ନେଇଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ କରଙ୍ଗମାଲ ମାଝୀପଡ଼ାର ଯୁଗୋଳ କିଶୋର ମାଝୀ(୬୦)ମଙ୍ଗଳବାର ଅପରାହ୍‌ଣ ୪ଟା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ଶ୍ରୀ ମାଝୀଙ୍କ ପୁଅ ଓ ତାଙ୍କର ଜଣେ ସାଙ୍ଗ ଏକ ଆମ୍ବୁଲାନ୍ସ‌ରେ ପ୍ରଥମେ ବୋଡ଼େନ ସିଏଚ୍‌ସିକୁ ଆଣିଥିଲେ। ସେଠାରେ ପ୍ରଥମିକ ଚିକିତ୍ସା ପରେ ଗୁରୁତର ହେବାରୁ ସିନାପାଲି ନେଇଯିବାକୁ ଡାକ୍ତର କହିଥିଲେ।

ସିନାପାଲିରେ ଚିକିତ୍ସିତି ହେଉଥିବା ବେଳେ ଶ୍ରୀ ମାଝୀଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଅ ଓ ଅନ୍ୟମାନେ ଶବ ନେବାକୁ ମେଡିକାଲ୍‌ କର୍ତୃପକ୍ଷଙ୍କୁ କହିବା ସହିତ ଶବବୁହା ଗାଡ଼ି ଯୋଗାଇ ଦେବାକୁ କହିଥିଲେ। ହେଲେ କେହି ତାଙ୍କ କଥା ଶୁଣି ନଥିଲେ। ଶେଷରେ ମୃତ ମାଝୀଙ୍କ ପୁଅ ଏକ ବାଇକ୍‌ରେ ଶବ ବାନ୍ଧି ନିଜ ଗାଁ କରଙ୍ଗାମାଲ ୧୦ କିମି ପର୍ଯ୍ୟନ୍ତ ଯାଇଥିଲେ। ବର୍ତ୍ତମାନ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚା ବିଷୟ ହୋଇଛି। ସିନାପାଲି ଡାକ୍ତରଖାନାରେ ଦାୟତ୍ବରେ ଥିବା ଡାକ୍ତର ଶବକୁ କିପରି ବାଇକ୍‌ରେ ନେବାକୁ ଅନୁମତି ‌ଦେଲେ ଏହା ଉପରେ ନୂଆପଡ଼ା ସିଡିଏମଓ ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ବୁଦ୍ଧିଜୀବୀଙ୍କ ମହରେ ଦାବି ହେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe