କାର୍‌ ଧକ୍କାରେ ବାପ ପୁଅ ମୃତ, ଝିଅ ଗୁରୁତର

ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ସିନାପାଲି-ଖଡ଼ିଆଳ ରାସ୍ତାର କାପସି ନିକଟରେ ରବିବାର ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଧକ୍କାରେ ବାପପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁସାରେ, ଚଚରାଭଟା ଗାଁର ଆତ୍ମାରାମ ତାଣ୍ତି (୬୦), ପୁଅ ଲିଙ୍ଗରାଜ ତାଣ୍ତି (୨୫) ଓ ଝିଅ ବେଲମତି ତାଣ୍ତି (୩୦) ଏକ ବାଇକରେ କୌଣସି କାମରେ ବରଗାଁକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ କାପସିଠାରେ ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଆତ୍ମାରାମ ଓ ତାଙ୍କ ପୁଅ ଲିଙ୍ଗରାଜଙ୍କ ମୃତ୍ୟୁ ଘଟିଥିଲା। ବେଲମତି ଗୁରୁତର ଥିବା ଜଣାଯାଇଛି। ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ସିନାପାଲି ଡାକ୍ତରଖାନାକୁ ଆଣିଥିଲେ। ପରେ ଗୁରୁତର ଥିବା ବେଲମତିଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe