ଖୁଣ୍ଟରେ ପିଟିହେଲା ବାଇକ୍: ପୁଅ ମୃତ, ବାପା ଗୁରୁତର

ଖୁଣ୍ଟରେ ପିଟିହେଲା ବାଇକ୍: ପୁଅ ମୃତ, ବାପା ଗୁରୁତର

Hari Bhoomi

ବୁର୍ଲା : ବୁର୍ଲା ଥାନା ଅନ୍ତର୍ଗତ ଚାଉଁରପୁର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୪ ବର୍ଷର ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ବୁର୍ଲା ଥାନା ଅନ୍ତର୍ଗତ ବରମପୁରା ଅଞ୍ଚଳର ବୀରେନ ଓରାମ ନିଜ ୪ ବର୍ଷର ପୁଅ ରିହାନ ଓରାମଙ୍କ ସହ କୌଣସି କାମରେ ନିଜ ବାଇକ୍‌ (ଓଡି୧୫ୟୁ ୨୩୧୮)ରେ ଯାଉଥିବା ସମୟରେ ଚାଉଁରପୁର ବ୍ରିଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଭାରସାମ୍ୟ ହରାଇ ବାଇକ୍‌ଟି ଏକ ଖୁଣ୍ଟରେ ପିଟି ହୋଇଥିଲା। ଖବର ପାଇ ବୁର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାପା ପୁଅଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲା। ସେଠାରେ ଡାକ୍ତର ପୁଅ ରିହାନକୁ ମୃତ ଘୋଷଣା କରିଥିବା ବେଳେ ବାପା ଗୁରୁତର ଅବସ୍ଥାରେ ଅଛନ୍ତି ବୋଲି ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe