ଆଇସକ୍ରିମ ଫ୍ୟାକ୍ଟ୍ରିରେ ଅଘଟଣ: କଂପ୍ରେସର ଫାଟି ପୁଅର ମୃତ୍ୟୁ, ବାପା ଗୁରୁତର

Advertisment
ଆଇସକ୍ରିମ ଫ୍ୟାକ୍ଟ୍ରିରେ ଅଘଟଣ: କଂପ୍ରେସର ଫାଟି ପୁଅର ମୃତ୍ୟୁ, ବାପା ଗୁରୁତର

ଵାଙ୍କୀ: କଟକ ଜିଲ୍ଲାର ବାଙ୍କୀ ସହରରେ ଏକ ଅଭାବନୀୟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। କଂପ୍ରେସର(ଟାଙ୍କି) ଫାଟିବାରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ପଠାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାଙ୍କୀ ସହରର ନୃସିଂହ ଛକ ନିକଟରେ ଥିବା ପୂଜା ଆଇସକ୍ରିମ ଫ୍ୟାକ୍ଟ୍ରିରେ ଏଭଳି ଅଘଟଣ ଘଟିଛି। ଆଇସକ୍ରିମ ପ୍ରସ୍ତୁତ କରୁଥିବା ବେଳେ ଗ୍ୟାସ୍ କଂପ୍ରେସର(ଟାଙ୍କି) ହଠାତ ପ୍ରଚଣ୍ଡ ଶବ୍ଦ କରି ଫାଟି ଯାଇଥିଲା। ଫଳରେ ଏଥିରେ କାର୍ଯ୍ୟରତ ରାଜୁ ସାହୁ(୨୬)ର ମୁଣ୍ଡ ଫାଟି ଯାଇଥିବା ବେଳେ ଘଟଣା ସ୍ଥଳରେ ତାର ମୃତ୍ୟୁ ଘଟିଥିଲା। କିଛି ଦୂରରେ ଥିବା ରାଜୁଙ୍କ ବାପା ସୁଶାନ୍ତ ସାହୁ (୪୯) ଗୁରୁତର ଆହତ ହୋଇଥିଲେ।

ଘଟଣା ସ୍ଥଳରେ ଵାଙ୍କୀ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଟାଙ୍କିରୁ ନିର୍ଗତ ହେଉଥିବା ଗ୍ୟାସକୁ ଅଗ୍ନିଶମ ବିଭାଗ କର୍ମଚାରୀ ନିୟନ୍ତ୍ରଣ କରିଥିଲେ। ଗୁରୁତର ସୁଶାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe