ଯାଜପୁର: ଡଙ୍ଗା ଆଣିବାକୁ ଉଦ୍ୟମ କରିବା ବେଳେ ଦୁଧେଇ ନାଳରେ ବୁଡ଼ି ଶିଶୁ ପୁତ୍ର ମୃତ!

Advertisment
ଯାଜପୁର: ଡଙ୍ଗା ଆଣିବାକୁ ଉଦ୍ୟମ କରିବା ବେଳେ ଦୁଧେଇ ନାଳରେ ବୁଡ଼ି ଶିଶୁ ପୁତ୍ର ମୃତ!

image source-telegraphindia.com

ଯାଜପୁର: ଯାଜପୁର ସଦର ଥାନା ଏରବାଙ୍କ ପଞ୍ଚାୟତର ରଘୁନାଥପୁର ଗ୍ରାମରେ ନାଳରେ ପଡ଼ି ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତକଜଣକ ହେଉଛନ୍ତି ଉକ୍ତ ଗ୍ରାମର ଦେବବ୍ରତ ବାରିକଙ୍କ ପୁଅ ସୁଧାଂଶୁ ଶେଖର ବାରିକ(୫)।
ସୂଚନା ଅନୁସାରେ ମୃତ ସୁଧାଂଶୁ ନିଜ ଘର ପାଖରେ ଥିବା ଦୁଧେଇ ନାଳରେ ଡଙ୍ଗା ଭାସୁଥିବା ଦେଖିବାକୁ ଯାଇଥିଲେ। ତେବେ ପରିବାର ଲୋକଙ୍କ ନଜର ଆଢ଼ୁଆଳରେ ସେ ପାଣି ଭିତରକୁ ପଶି ଡଙ୍ଗା ଆଣିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି। ପରିବାର ଲୋକ ଖୋଜାଖୋଜି କରିବା ପରେ ପୁଅକୁ ନ ପାଇ ନାଳ ପାଖକୁ ଯାଇ ଦେଖିବା ବେଳକୁ, ପୁଅ ନାଳରେ ପଡ଼ି ମୃତ୍ୟୁବରଣ କରିସାରିଥିଲା।

ତାଙ୍କୁ ପରିବାର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe