ବାପାଙ୍କ ଏକାଦଶାହରେ ପୋଖରୀରେ ବୁଡ଼ି ପୁଅର ମୃତ୍ୟୁ

Advertisment
ବାପାଙ୍କ ଏକାଦଶାହରେ ପୋଖରୀରେ ବୁଡ଼ି ପୁଅର ମୃତ୍ୟୁ

ପାଟପୁର : ବାପାଙ୍କ ଏକାଦଶାହରେ ପୁଅର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ରଘୁନାଥପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ଭଗବାନ ନାୟକ (୪୨)। ଗତକାଲି ବାପା ସୁମା ନାୟକ (୬୫)ଙ୍କ ଏକାଦଶାହ ଥିବାରୁ ବଡ଼ପୁଅ ଭଗବାନ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତାବଶତଃ ବୁଡ଼ିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।‌ ଶୋକାକୁଳ ପରିବେଶରେ ଭଗବାନଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ତେବେ ଏହି ଘଟଣା ଯେମିତି ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିଦେଇଛି। ଭଗବାନଙ୍କ ତିନିପୁଅ ବେସାହାରା ପାଲଟିଛନ୍ତି। ଅନ୍ୟପକ୍ଷରେ ଓବିସି ମୋର୍ଚ୍ଚା ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ, ଚିନ୍ତାମଣି ତ୍ରିପାଠୀ ଓ ଓବିସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ପ୍ରଧାନଙ୍କ ସହାୟତାରେ ଶବକୁ ଗ୍ରାମକୁ ଅଣାଯାଇଥିଲା। ମୃତକଙ୍କ ପରିବାରକୁ ଶ୍ରୀ ସ୍ବାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe