shutterstock.com
ବରୀ : ବରୀରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ଏହି ଭୂତାଣୁ ବହୁ କରୁଣ ଚିତ୍ର ଦେଖାଉଛି। ବ୍ଲକ୍ ଅନ୍ତର୍ଗତ ସେରପୁର ପଞ୍ଚାୟତ କୃଷ୍ଣନଗର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ଶୁକ୍ଳଙ୍କର ୧୮ ଦିନ ତଳେ କରୋନାରେ ମୃତ୍ୟୁ ହୋଇଥିଲା। ଗତ ଶୁକ୍ରବାର ତାଙ୍କର ଏକମାତ୍ର ପୁଅ ଅମିତାଭ ଶୁକ୍ଳଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି। କିଛିଦିନ ତଳେ କରୋନା ସଂକ୍ରିମତ ହୋଇ ବାପ, ପୁଅ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୧୮ ଦିନ ବ୍ୟବଧାନରେ ଡକାହକା ହୋଇ ଆରପାରିକି ଚାଲିଗଲେ। ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ବର୍ଗତ ଶୁକ୍ଳଙ୍କ ପୁଅ ଅମିତାଭ ଜଣେ ସଫଳ ବ୍ୟବସାୟୀ ଭାବେ ପରିଚିତ ଥିଲେ। ବାପପୁଅଙ୍କ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି।
Follow Us