ବାପାଙ୍କ ମୃତ୍ୟୁର ୫ ଦିନ ପରେ ଚାଲିଗଲା ପୁଅର ଜୀବନ

Advertisment
ବାପାଙ୍କ ମୃତ୍ୟୁର ୫ ଦିନ ପରେ ଚାଲିଗଲା ପୁଅର ଜୀବନ

ରାୟଗଡା: ରାୟଗଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କର ଶୁଦ୍ଧକ୍ରିୟା ପାଇଁ ରାୟଗଡ଼ା ଆସି ଘରକୁ ଫେରୁଥିବା ବେଳେ ପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ବାପାଙ୍କର ମୃତ୍ୟୁର ମାତ୍ର ୫ ଦିନ ହୋଇଥିବା ବେଳେ ପୁଅର ମୃତ୍ୟୁ ପରିବାରକୁ ଏବଂ ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି। ଘଟଣା ଅନୁଯାୟୀ କାଶୀପୁର ବ୍ଲକର ମାଇକଞ୍ଚ ପଞ୍ଚାୟତର କଞ୍ଚଗୁମା ଗ୍ରାମର ସବାନନ୍ଦ ନାୟକ(୩୦) ନିଜ ବାପା ସୁମନ୍ତ ନାୟକଙ୍କ ମୃତ୍ୟୁ ପରେ ତାଙ୍କର ଶୁଦ୍ଧକ୍ରିୟା ପାଇଁ ରାୟଗଡା ଆସି ଜିନିଷପତ୍ର କିଣି ମଟରର ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ହାଲଵା ପଞ୍ଚାୟତର ଯୁଆଗାଁ ନିକଟରେ ଏକ ପିକଅପ ଭ୍ୟାନ ସହ ଧକ୍କା ହୋଇଥିଲା।ଘଟଣାସ୍ଥଳରେ ସବାନନ୍ଦଙ୍କର ମୃତ୍ୟୁ ହୋଇଥିବା ବେଳେ ମଟର ସାଇକେଲରେ ବସିଥିବା ଅନ୍ୟ ଜଣେ ଶାନ୍ତି ନାୟକ(୧୮) ଗୁରୁତର ଆହତ ହୋଇଥିଲେ। ଶାନ୍ତି ନାୟକଙ୍କୁ ତୁରନ୍ତ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ତେବେ ସବାନନ୍ଦଙ୍କର ଦୁଇଟି ଛୋଟ ଛୋଟ ସନ୍ତାନ ରହିଛନ୍ତି।

ପରିବାର ଦୁଇ ଦୁଇ ଜଣକୁ ହରାଇ ଏବେ ଭାଙ୍ଗି ପଡିଛନ୍ତି। ସବାନନ୍ଦ ଘରର ରୋଜଗାରିଆ ହୋଇଥିବାରୁ ତାଙ୍କର ମୃତ୍ୟୁ ପରେ କିପରି ପରିବାର ଚଳିବ ସେନେଇ ଗ୍ରାମବାସୀ ଆଜି ରାୟଗଡା ଥାନାରେ ଏକତ୍ରିତ ହୋଇ କ୍ଷତିପୂରଣ ମାଗି ହଟ୍ଟଗୋଳ କରିଥିଲେ। ପୁଲିସ ଦୁଇ ପାର୍ଟିକୁ ବୁଝାସୁଝା କରି କ୍ଷତିପୂରଣ ବାବଦକୁ କିଛି ଆର୍ଥିକ ସହୟତା ପ୍ରଦାନ କରିବା ନେଇ ପିକଅପ ଭ୍ୟାନର ମାଲିକ ରାଜି ହେବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା। ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe