ବାପାଙ୍କ ଦଶାହରେ ଆଖିବୁଜିଲେ ପୁଅ

Advertisment
ରାଇଝରଣ ଡ୍ୟାମରୁ କରୋନା ସଂକ୍ରମିତଙ୍କ ମୃତଦେହ ଉଦ୍ଧାର

image source-india.com

ସିଂହପୁର: ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ୍‌ ଅନ୍ତର୍ଗତ ସିଂହପୁର ଗ୍ରାମର ରଞ୍ଜନ କୁମାର ପାତ୍ର(୫୦)ଙ୍କର ଆଜି ଅପରାହ୍ଣରେ ମୃତ୍ୟୁ ହୋଇଯାଇଛି। ରଞ୍ଜନଙ୍କ ବାପା ସ୍ବର୍ଗତ ନନ୍ଦକିଶୋର ପାତ୍ରଙ୍କର ଆଜି ଦଶାହ କାର୍ଯ୍ୟ ଚାଲିଥିବା ବେଳେ ରଞ୍ଜନ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ଅନୁଯାୟୀ, ଗାଁଗାଁରେ ବୁଲି କଂସାପିତଳ ବ୍ୟବସାୟ କରୁଥିବା ରଞ୍ଜନଙ୍କୁ ଗତ ୧୫ ଦିନ ତଳୁ ଜ୍ବର ହୋଇଥିଲା। ସେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବୃଦ୍ଧ ବାପାଙ୍କର ମୃତ୍ୟୁ ହୋଇଥିଲା। କ୍ରିୟାକର୍ମ କରିବା ପାଇଁ ସାମାନ୍ୟ ସୁସ୍ଥ ହୋଇଥିବା ରଞ୍ଜନ ଘରକୁ ଫେରି ଆସିଥିଲେ। ହେଲେ ଆଜି ବାପାଙ୍କ ଦଶାହ କର୍ମ ଚାଲିଥିବା ବେଳେ ସେ ହଠାତ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଯାଜପୁର ଡାକ୍ତରଖାନାକୁ ନିଆଯାଉଥିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। କରୋନା ସନ୍ଦେହ କରି ମୃତଦେହକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe