ପାରିବାରିକ କଳହର କୁପରିଣତି: ବାପାର ବୋମାମାଡ଼ରେ ଚାଲିଗଲା ପୁଅର ଜୀବନ

ପାରିବାରିକ କଳହର କୁପରିଣତି: ବାପାର ବୋମାମାଡ଼ରେ ଚାଲିଗଲା ପୁଅର ଜୀବନ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ପରିବାର ମଧ୍ୟରେ ବାପା-ପୁଅ ମଧ୍ୟରେ ବୋମା ମାଡ଼ ହୋଇଥିବା ଜଣାପଡିଛି। ଯେଉଁଥିରେ ପୁଅର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରରେ ସଠ ରାଉତରାୟଙ୍କ ପରିବାର ବହୁ ବର୍ଷ ଧରି ରହିଆସୁଥିଲେ। ସଠଙ୍କ ଦୁଇ ପୁଅ ମଧ୍ୟରେ ଅନେକ ଦିନ ହେବ ବାଦ ବିବାଦ ଲାଗି ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ଓ ସାନ ପୁଅଠାରୁ ବଡ଼ ପୁଅ ଅଲଗା ରହିଆସୁଥିଲେ। ସେହି ଦିନ ଠାରୁ ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିଲା।

କିନ୍ତୁ ଆଜି ଏହି କଳହ ଭୀଷଣ ରୂପ ନେଇଥିଲା। ପରିବାର ମଧ୍ୟରେ ବୋମା ମାଡ଼ ଘଟି ସାନ ପୁଅ କାଳିଆ ରାଉତରାୟ (୪୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସଠ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି। କିନ୍ତୁ ବାପା ଓ ସାନ ପୁଅ ଏକାଠି ରହୁଥିବା ବେଳେ ଏହି ବୋମା ମାଡ଼ କିଏ କରିଛି, ତାହା ଉପରେ କୌଣସି ଖବର ମିଳିନାହିଁ।

ପୁଲିସ ବର୍ତ୍ତମାନ ମୃତଦେହ ଜବତ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରୁଥିବା ଜଣାପଡିଛି। ଏନେଇ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe