ବାପା ଶବ ନେଲେନି ପୁଅ, ଶେଷକୃତ୍ୟ କଲେ ସ୍ବେଚ୍ଛାସେବୀ

ବାପା ଶବ ନେଲେନି ପୁଅ, ଶେଷକୃତ୍ୟ କଲେ ସ୍ବେଚ୍ଛାସେବୀ

ବୌଦ୍ଧ: କେତେ ଆଦର ଓ ଯତ୍ନରେ ପୁଅକୁ ଲାଳନ ପାଳନ କରି ବଡ଼ କରନ୍ତି ପିତାମାତା। ଆଶା ଥାଏ ଆଉ କିଛି ନ କଲେ ବି ଜୀବନ ଗଲା ବେଳେ ପାଣି ଟିକେ, ମୃତ୍ୟୁ ପରେ ନିଆଁ ଟିକେ ଦେବ। ମାତ୍ର ସବୁ ବାପାମାଆଙ୍କ ଭାଗ୍ୟରେ ଏହା ଜୁଟେନି। ଅନେକ ସ୍ଥାନରେ ପୁଅ ବଡ଼ ହେବା ପରେ ବୃଦ୍ଧ ପିତାଙ୍କ ଦେଖାଶୁଣା କରିବା ତ ଦୂରର କଥା ମୃତ୍ୟୁ ପରେ ଶବ ନେବାକୁ ବି ରାଜି ହୁଅନ୍ତି ନାହିଁ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ତେତଲଙ୍ଗା ଗାଁରେ।

publive-image

ଗତ ୧୭ ତାରିଖ ଦିନ ସତ୍ୟସାଇ ସେବା ସମିତିର ସ୍ବେଚ୍ଛାସେବୀମାନେ ରାସ୍ତା କଡ଼ରୁ ତେତଲଙ୍ଗା ଗାଁର ଦଶରଥ ପ୍ରଧାନ (୮୦)ଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏ ନେଇ ଦଶରଥଙ୍କ ଦୁଇ ପୁଅଙ୍କୁ ଖବର ଦିଆଯାଇଥିଲା। କିନ୍ତୁ କେହି ଆସିନଥିଲେ। ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଶବ ନେବାକୁ ବି ପୁଅମାନେ ମନା କରିଦେଲେ। ବୌଦ୍ଧ ପୁଲିସ ପକ୍ଷରୁ ସ୍ବେଚ୍ଛାସେବୀ ଇନ୍ଦ୍ରମଣି ମେହେରଙ୍କୁ ଯୋଗାଯୋଗ କରାଯିବାରୁ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ଓ ସତ୍ୟସାଇ ସେବା ସଂଗଠନର ପ୍ରିୟବ୍ରତ ବେହେରା ଓ ଅନ୍ୟମାନେ ସ୍ଥାନୀୟ ରାଜଘାଟରେ ଦାହ ସତ୍କାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe