ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ: ବାପାଙ୍କ ପରେ ପୁଅଙ୍କୁ ମିଳିଲା ଟିକେଟ୍‌, ଏହି ଆସନରେ ଲଢ଼ିବେ ନୂଆ ନେତା

ପ୍ରଥମ ପର୍ଯ୍ୟାୟରେ ୨ଟି ଆସନରେ ପ୍ରାର୍ଥୀ ଅଦଳବଦଳ କଲା ବିଜେଡି

ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ: ବାପାଙ୍କ ପରେ ପୁଅଙ୍କୁ ମିଳିଲା ଟିକେଟ୍‌, ଏହି ଆସନରେ ଲଢ଼ିବେ ନୂଆ ନେତା

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜୁ ଜନତା ଦଳ (ବିଜେଡି) ବୁଧବାର ନିଜର ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି କ୍ରମରେ ବିଜେଡି ୯ ଜଣ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ୭୧ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ‌ତେବେ ଘୋଷିତ ହୋଇଥିବା ପ୍ରାର୍ଥୀ ତାଲିକାରେ ପୁରୁଣା ସ୍ଥାନରେ କିଛି ନୂଆ ବ୍ୟକ୍ତିଙ୍କୁ ଉପସ୍ଥାପନ କରାଯାଇଛି। ସେହିପରି କିଛି ପ୍ରାର୍ଥୀଙ୍କୁ ନିଜର ଚିରାଚରିତ ଆସନ ବଦଳରେ ଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି। କେବଳ ସେତିକି ନୁହେଁ । ବିଜେଡି ଏଥର କିଛି ନିର୍ବାଚନ ମଣ୍ଡଳୀରେ ବାପାଙ୍କ ସ୍ଥାନରେ ପୁଅଙ୍କୁ ଟିକେଟ୍‌ ଦେଇଥିବା ବେଳେ କିଛି ଆସନରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଓ ବାଲେଶ୍ବର ଜିଲ୍ଲା ବସ୍ତାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି। ପାଟକୁରାରେ ସାବିତ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ଅରବିନ୍ଦ ମହାପାତ୍ର ଓ ବସ୍ତାରେ ନିତ୍ୟାନନ୍ଦ ସାହୁଙ୍କ ସ୍ଥାନରେ ସୁଭାଶିନୀ ଜେନାଙ୍କୁ ଟିକଟ୍‌ ମିଳିଛି। ଭଦ୍ରକରୁ ବିଜେଡି ବିଧାୟକ ସଂଜୀବ ମଲ୍ଲୀକଙ୍କୁ ଭଣ୍ଡାରୀପୋଖରୀରୁ ଟିକେଟ ମିଳିଛି। ଅପରପକ୍ଷେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ମଲିକ ଏଥର ଭଦ୍ରକରୁ ନିର୍ବଚନ ଲଢ଼ିବେ। ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଟିକେଟ ହାତେଇଥିବା ବେଳେ ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କୁ ବିଜେଡି ସତ୍ୟବାଦୀରେ ପ୍ରାର୍ଥୀ କରିଛି।

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଓ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ବିଜେଡି ଉଭୟଙ୍କ ପୁଅ ସୁନୀଲ ମହାନ୍ତିଙ୍କୁ ପୁରୀରୁ ଓ ବିପ୍ଲବ ପାତ୍ରଙ୍କୁ ଦିଗପହଣ୍ଡିରୁ ବିଧାୟକ ପ୍ରାର୍ଥୀ କରିଛି। ସେହିପରି ଚିକିଟି ବିଧାୟିକା ଉଷାଦେବୀଙ୍କ ପୁଅଙ ଚିନ୍ମୟନନ୍ଦ ସ୍ବରୂପ ଦେବଙ୍କୁ ଟିକେଟ୍‌ ଦେଇଛି। ନୂଆ ମୁହଁ ଭାବେ ଏଥର ବିଜେଡି ଟିକେଟରେ ଧାମନଗରରୁ ସଂଜୟ ଦାସ ଓ ଯାଜପୁରରୁ ସୁଜାତା ସାହୁ ଲଢ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe