କଲ୍ୟାଣସି˚ହପୁର: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରରେ ବିପର୍ଯ୍ୟସ୍ତ ରାସ୍ତାଘାଟ ପାଇଁ ରୋଗୀ ଭାରରେ ବୁହାହୋଇ ଡାକ୍ତରଖାନାରେ ପହଞ୍ଚିବା ଘଟଣା ଆଉ ନୂଆ ହୋଇନାହିଁ। ଏବେ ଆଉ ଏକ ଘଟଣା ଘଟିଛି, ଯେଉଁଠି ଭେଳାରେ ରୋଗୀଙ୍କୁ ନଦୀ ପାର୍ କରାଯାଇଛି। ଆମ୍ବୁଲାନ୍ସ ନ ଆସିବାରୁ ନିଜର ବୃଦ୍ଧ ପିତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ଶେଷରେ ଏହି ପଥ ଆପଣେଇଛନ୍ତି ଦୁଇ ପୁଅ। ଏହି ବୃଦ୍ଧ ହେଲେ କଲ୍ୟାଣସି˚ହପୁର ବ୍ଲକ ସଦର ପଞ୍ଚାୟତର ଘାଗୁଡିମାଳ ଗ୍ରାମର ନାଗବ˚ଶ ପୁରଣ(୭୦)। ବୃଦ୍ଧ ନାଗବଂଶ ଗତ ୧୦ ଦିନ ଧରି ଜ୍ବରରେ ପୀଡିତ ଥିବା ଯୋଗୁଁ ପରିବାର ଲୋକେ ବଜାରରୁ ଔଷଧ ଆଣି ଦେଇଥିଲେ। ତେବେ ଏଥିରେ କୌଣସି ସୁଧାର ଆସିନଥିବା ବେଳେ ଗତକାଲି ରାତିରେ ଝାଡାବାନ୍ତି ହେବାରୁ ସକାଳୁ ଡାକ୍ତରଖାନା ଆଣିବା ପାଇଁ ଦୁଇ ପୁଅ ଯୋଜନା କରିଥିଲେ। ଗ୍ରାମର ଆଶା ଦିଦି ବିଶଲ୍ୟା ତେଜବଂଶଙ୍କୁ ଗୁହାରି କରିବା ସହ ଆମ୍ବୁଲାନସକୁ ଡକାଇବାକୁ ଅନୁରୋଧ କରିଥିଲେ। ଦୀର୍ଘ ସମୟ ଧରି ଆମ୍ବୁଲାନସ ନଆସିବାରୁ ଦୁଇ ପୁଅ ବାଧ୍ୟ ହୋଇ ଅସୁସ୍ଥ ପିତାଙ୍କୁ କମ୍ବଳରେ ଭାର କରି ବଡ଼ଦ୍ବାର ସାହି ନିକଟସ୍ଥ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ କେବଳ ଜଣେମହିଳା ସ୍ବାସ୍ଥ୍ୟ କର୍ମୀ ଥିବା ବେଳେ ସେଠାରେ ଥିବା ଭ୍ରାମ୍ୟମାଣ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ଆମ୍ବୁଲାନସ ନଥିବାରୁ ଦୁଇ ପୁଅ ପୁଣି ବାଧୢ ହୋଇ କଲ୍ୟାଣୀ ନଦୀ ଘାଟକୁ ବୋହି ଆଣିଥିଲେ। ନଦୀର ପାଣି କମ ଥିବା ଏବଂ ସରକାରୀ ଡଙ୍ଗା ଚାଲୁ ନଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ନିର୍ମିତ ଭେଳାରେ ନଈ ପାର ହୋଇ ଡାକ୍ତରଖାନାରେ ପହଞ୍ଚିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us