ଶାଳୀକୁ ବାହା ହେବ ବୋଲି ଶଳାକୁ ଅପହରଣ; ଜେଲ ଗଲା ଜ୍ୱାଇଁ

ଜେଲରୁ ମୁକୁଳିଲେଣି ୭୫ ବନ୍ଦୀ

oneindia.com

କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା ପଞ୍ଚାୟତ ଚଉଁରିଆପଦର ଗ୍ରାମରେ ଗତ ପଣାସଂକ୍ରାନ୍ତି ଦିନ ଘଟିଥିବା ଏକ ଘଟଣା ସାରା ବୌଦ୍ଧ ଜିଲ୍ଲାରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ୧୪ ବର୍ଷୀୟା ଶାଳୀକୁ ବିବାହ କରିବା ପାଇଁ ଶଳାକୁ ଅପହରଣ କରିବା ଅଭିଯୋଗରେ ଜେଲ୍‌ ଯାଇଛି ରସିକିଆ ଜ୍ବାଇଁ।

ସୂଚନା ଅନୁଯାୟୀ, ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍‌ ସାମ୍‌ପୋଚ ଗ୍ରାମର ଲବ ସାହୁଙ୍କ ପୁଅ ରାଜେଶ ୪ବର୍ଷ ତଳେ ମନମୁଣ୍ଡା ଥାନା ବୌଦ୍ଧ ବ୍ଲକ୍‌ ରକ୍ସା ଗ୍ରାମ ପଞ୍ଚାୟତର ଚଉଁରିଆପଦର ଗ୍ରାମରେ ଶ୍ୟାମସୁନ୍ଦର ସାହୁଙ୍କ ଝିଅ ଦୀପାଳିଙ୍କୁ ବିବାହ କରିଥିଲା। ରାଜେଶ ଓ ଦୀପାଳିଙ୍କ ୩ ବର୍ଷର ଓ ୨୦ ଦିନର ୨ଟି ପୁତ୍ର ମଧ୍ୟ ଅଛନ୍ତି। ବିବାହ ପରଠାରୁ ରାଜେଶ ସୁନାହାର ଏବଂ ନଗଦ ଏକଲକ୍ଷ ଟଙ୍କାର ଯୌତୁକ ଦାବି କରୁଥିଲା। ଏଥିପାଇଁ ଦୀପାଳିଙ୍କୁ ନାନା ପ୍ରକାର ନିର୍ଯାତନା ଦେଉଥିଲା। ପରେ ଦୀପାଳିଙ୍କ ୧୪ ବର୍ଷୟା ହାଇସ୍କୁଲ୍‌ ପଢୁଆ ଭଉଣୀଙ୍କୁ ବିବାହ କରିବାକୁ ଜ୍ୱାଇଁ ରାଜେଶ ଜିଦ୍‌ କରିଥିଲା। ଗତ ୧୦ ତାରିଖ ଦିନ ଚଉଁରିଆପଦରସ୍ଥିତ ଶ୍ୱଶୁର ଘରକୁ ଯାଇଥିଲା। ଶାଳୀକୁ ବିବାହ କରିବାକୁ ଶାଶୂ, ଶ୍ୱଶୁରଙ୍କୁ ପ୍ରସ୍ତାବ ଦେଇଥିଲା। ସେମାନେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ଗତ ପଣାସଂକ୍ରାନ୍ତି ଦିନ ନିଜ ସ୍ତ୍ରୀ ପିଲାଙ୍କୁ ରାଜେଶ ଶ୍ୱଶୁର ଘରେ ଛାଡ଼ି ଆସିଥିଲା। ସେହିଦିନ ଅପରାହ୍ଣରେ ନିଜ ଗ୍ରାମର ୩ଜଣ ସାଙ୍ଗକୁ ଧରି ୨ଟି ବାଇକ୍‌ରେ ଶ୍ୱଶୁର ଘରକୁ ଯାଇଥିଲା। ସେଠାରେ ଶାଶୂ ଓ କାକିଶାଶୂଙ୍କୁ ମାରପିଟ କରି ୧୦ ବର୍ଷୀୟ ଶଳାକୁ ଧରି ପଳାଇ ଆସୁଥିଲା। ଗ୍ରାମବାସୀ ସେମାନଙ୍କୁ ପିଛା କରିବାରୁ ଭୟରେ ୨ ବାଇକ୍‌ ଓ ଶଳାକୁ ଛାଡ଼ି ୪ ଜଣ ଫେରାର ହୋଇଯାଇଥିଲେ।

ଅନ୍ୟପଟେ ଏହି ଘଟଣାରେ ବ୍ୟଥିତ ହୋଇ ଶାଳୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଓ ଗୁରୁତର ଅବସ୍ଥାରେ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ମନମୁଣ୍ଡା ଥାନାରେ ଦୀପାଳିଙ୍କ କାକା ଗଣେଶ ସାହୁ ଅଭିଯୋଗ କରିବା ପରେ କେସ୍‌ ନଂ ୪୪/୨୦୨୧ରେ ମାମଲା ରୁଜୁକରି ଅଭିଯୁକ୍ତ ଜ୍ୱାଇଁ ରାଜେଶ ସହିତ ସହଯୋଗୀ ସଂଜୟ ସ୍ୱାଇଁ, ସୁକାନ୍ତ ବେହେରା ଓ ସୁଶୀଲ ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଛି ମନମୁଣ୍ଡା ପୁଲିସ୍‌। ଜାମିନ ନାମଂଜୁର ହେବାରୁ ୪ଜଣଙ୍କୁ ଜେଲକୁ ପଠାଇଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe