ସ୍ତ୍ରୀଙ୍କୁ ଫେରାଇ ଆଣିପାରିଲେନି ସ୍ବାମୀ, ପୋଖରୀ ହୁଡ଼ା ଗଛରୁ ମୃତଦେହ ଉଦ୍ଧାର

ଶ୍ଵଶୁର ଘର ଗାଁରେ ଜ୍ୱାଇଁର ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତକ ହେଲେ ଯାଜପୁର ବଡ଼ଚଣା ଥାନା ପଟୁଣିଆ ପଂଚାୟତ ଜେମାଦେଇପୁର ଗାଁର ସଂଗ୍ରାମ ବଳ। ଶ୍ଵଶୁର ଘର ଲୋକେ ସଂଗ୍ରାମଙ୍କୁ ମାରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

bhadrak death

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅଧୀନ ଆମ୍ବରୋଲି ପଞ୍ଚାୟତ ଅନ୍ତର୍ଗତ ତଳାଙ୍ଗ ଗାଁରେ ଥିବା ଶ୍ବଶୁର ଗାଁ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତକ ହେଲେ ସଂଗ୍ରାମ ବଳ। ଅନ୍ୟପଟରେ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଶ୍ଵଶୁର ଘର ଲୋକେ ସଂଗ୍ରାମଙ୍କୁ ମାରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି।

ପୁଲିସ କହିବା ଅନୁସାରେ ଯାଜପୁର ବଡ଼ଚଣା ଥାନା ପଟୁଣିଆ ପଂଚାୟତ ଜେମାଦେଇପୁର ଗାଁର ସଞ୍ଜୟ କୁମାର ବଳଙ୍କ ପୁଅ ସଂଗ୍ରାମ ତିନି ମାସ ତଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଆମ୍ବରୋଲି ପଞ୍ଚାୟତ ତଳାଙ୍ଗ ଗାଁର ଚିତ୍ରସେନ ନାୟକଙ୍କ ଝିଅ ଯଶୋଦା ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଯଶୋଦାଙ୍କ ପରିବାର ଲୋକେ ସଂଗ୍ରାମଙ୍କ ଘରେ ପହଞ୍ଚି ନିଜ ଝିଅକୁ ଲୁଚାଇ ନେଇ ପଳାଇ ଆସିଥିଲେ। ପରେ ନିଜ ସ୍ତ୍ରୀକୁ ନେବାକୁ ଆସି ଭଦ୍ରକରେ ପହଞ୍ଚିଥିଲେ ସଂଗ୍ରାମ।

ସ୍ତ୍ରୀଙ୍କୁ ବାପଘରରୁ ଫେରାଇ ଆଣିବା ପାଇଁ ବହୁ ଉଦ୍ୟମ ସତ୍ତ୍ବେ ବିଫଳ ହୋଇଛନ୍ତି ଜଣେ ଯୁବକ। ତିନି ମାସ ପୂର୍ବରୁ ବିବାହ କରିଥିବା ଯୁବକଙ୍କ ମୃତଦେହ ଆଜି ଶ୍ବଶୁର ଘର ଗାଁର ପୋଖରୀ ହୁଡ଼ା ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। 

ଯଶୋଦା ନଫେରିବାରୁ ନିଜ ସ୍ତ୍ରୀକୁ ବୁଝାଇ ସୁଝାଇ ନେବାକୁ ଗତ ଦେଢ଼ ମାସ ହେବ ସଂଗ୍ରାମ ତଲାଙ୍ଗରେ ରହିଆସୁଥିଲେ। ଏପରିକି ଏଥି ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଗତ ମାସ ୩୦ ତାରିଖରେ ଏକ ବୁଝାମଣା ହୋଇଥିଲା। ମାତ୍ର ଆଜି ସକାଳୁ ସଂଗ୍ରାମ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖର ପରିସ୍ଥିତିକୁ ଦେଖି ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି।

 Odisha | Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe