ମା’ ଆଖି ଆଗରେ ନଦୀକୁ ଡେଇଁ ପଡ଼ିଲା ପୁଅ

Advertisment
ତର୍ପଣ ସମୟରେ ଭାସିଗଲେ ଦୁଇ ଭାଇ

Asia Times

ପଟ୍ଟାମୁଣ୍ତାଇ : ମା’ଙ୍କୁ ସାଇକଲରେ ବସାଇ ଆସୁଥିଲେ। କ’ଣ ହେଲା କେଜାଣି, ମା’ଙ୍କୁ ଓହ୍ଲାଇ ଦେଇ କିଛିଦୂରରେ ଥିବା ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ନଦୀରେ ଭାସିଯାଇ ନିଖୋଜ ହୋଇଗଲେ। ପଟ୍ଟାମୁଣ୍ଡାଇ ବ୍ଲକ୍‌ ଦାଣ୍ତିସାହି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଯୁବକଙ୍କ ପରିବାରରେ ଅଭାବ ଅନଟନ ଲାଗି ରହିଥିଲା। କ‌ୌଣସି କାମଧନ୍ଦା ନ ପାଇ ଘରେ ବସିଥିଲେ। ସମ୍ଭବତଃ ଏହି କାରଣରୁ ସେ ଏଭଳି ଚରମ ପଦପେକ୍ଷ ନେଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।

ନଦୀରେ ନିଖୋଜ ହୋଇଥିବା ଏହି ଯୁବକଜଣକ ହେଉଛନ୍ତି ଦାଣ୍ତିସାହି ଗ୍ରାମର ସୁନିଲ ପ୍ରଧାନ(୨୩)। ଆଜି ମଧ୍ୟାହ୍ନରେ ସୁନିଲ ମା’ଙ୍କୁ ସାଇକଲରେ ବସାଇ ଆସୁଥିଲେ। ବ୍ରାହ୍ମଣୀନଦୀର ଦାଣ୍ଡିସାହି ପୋଲ ପୂର୍ବରୁ ମାଙ୍କୁ ସାଇକଲରୁ ଓହ୍ଲାଇ ଦେଇଥିଲେ। ଆଗକୁ ମାଡ଼ିଯାଇ ହଠାତ୍‌ ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଥିଲେ। ଆଖି ଆଗରେ ପୁଅ ନଦୀକୁ ଡେଇଁ ପଡ଼ିବା ଦେଖି ମା’ ବଡ଼ପାଟିରେ ଚିତ୍କାର କରିଥିଲେ। ଆଖପାଖରେ ଥିବା‌ ଲୋକେ ଦୌଡ଼ିଆସିବା‌ ବେଳକୁ ସୁନିଲ ନଦୀସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ। ଅଗ୍ନିସେବା କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ପାଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe