ନବରଙ୍ଗପୁର : କୁଷ୍ଠ ରୋଗୀ କହି ମା’କୁ ଘରୁ ତଡ଼ିଦେଲା ପୁଅ

Advertisment
ନବରଙ୍ଗପୁର : କୁଷ୍ଠ ରୋଗୀ କହି ମା’କୁ ଘରୁ ତଡ଼ିଦେଲା ପୁଅ

ନବରଙ୍ଗପୁର/ନନ୍ଦାହାଣ୍ଡି : ବହୁ ବର୍ଷ ତଳେ ସ୍ବାମୀ ଆରପାରିକୁ ଚାଲିଗଲେ। ପାଳିପୋଷି ବହୁ କଷ୍ଟରେ ପୁଅକୁ ବଡ଼ କରିଥିଲେ। କିନ୍ତୁ ‌ସେହି ପୁଅ ଏବେ ବୋହୂ କଥାରେ ପଡ଼ି ପର କରିଦେଲା। କୁଷ୍ଠ ରୋଗୀ ବୋଲି କହି ଜନ୍ମକଲା ମା’କୁ ହିଁ ଘରୁ ତଡ଼ିଦେଲା। ଯାହାଫଳରେ ନିରାଶ୍ରୟ ମହିଳା ଜଣକ ଏବେ ଗୋଟିଏ ହ୍ୟୁମ୍‌ ପାଇପରେ ମୁଣ୍ଡ ଗୁଞ୍ଜିଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ବି.ମାଳିଗୁଡ଼ା ଗାଁର କମଳା ବିନ୍ଧାଣୀ (୫୫) ସ୍ବାମୀଙ୍କୁ ହରାଇବା ପରେ ଅସହାୟ ହୋଇ ପଡ଼ିଥିଲେ। ତଥାପି ପୁଅ ପାଇଁ ସଂଘର୍ଷ କରି ଚାଲିଲେ। ପୁଅ ବଡ଼ ହୋଇ ବିବାହ କରିବାରୁ ସବୁ ଦୁଃଖ ଦୂର ହେବ ବୋଲି କମଳା ବିଶ୍ବାସ ରଖିଥିଲେ। କିନ୍ତୁ ଆରମ୍ଭ ହୋଇଥିଲା ତାଙ୍କ ଉପରେ ନିର୍ଯାତନା। ଶେଷରେ କୁଷ୍ଠ ରୋଗ ହୋଇଛି ବୋଲି ଘରୁ ତଡ଼ି ଦେବାକୁ ବି ପଛାଇ ନ ଥିଲେ। ଏଭଳି ସ୍ଥିତିରେ ଘରୁ ବାହାରି ଆସି ଗାଁ ଶେଷ ମୁଣ୍ଡ ନାଳ ନିକଟରେ ଥିବା ହ୍ୟୁମ୍ ପାଇପରେ କମଳା ଆଶ୍ରୟ ନେଇଛନ୍ତି।

publive-image

ନିଜ ଲୋକ ପର କରିଦେବା ଘଟଣା ତାଙ୍କୁ ଶକ୍ତ ମାନସିକ ଧକ୍କା ଦେଇଛି। ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ ବିନା ଡାକ୍ତରୀ ପରୀକ୍ଷାରେ କିପରି ଭାବେ ଲୋକେ ଜାଣିପାରିଲେ ଯେ ତାଙ୍କୁ କୌଣସି କୁଷ୍ଠ ରୋଗ ହୋଇଛି। ସରକାରୀ ସୁବିଧା କହିଲେ କେବଳ ବିଧବା ଭତ୍ତା ମିଳୁଛି। ତାଙ୍କୁ ଯେଉଁ ଭତ୍ତା ଓ ଚାଉଳ ମିଳୁଛି ସେହି ସେଥିରେ କୌଣସି ପ୍ରକାର ବଞ୍ଚି ରହିଛନ୍ତି। ଅପରପକ୍ଷରେ ସ୍ଥାନୀୟ ୱାର୍ଡ ସଭ୍ୟ ଓ ପଞ୍ଚାୟତ କର୍ତ୍ତୃପକ୍ଷ ଏଭଳି ଅନ୍ୟାୟ ହୋଇଥିବା ସତ୍ତ୍ବେ କିଭଳି ଚୁପ୍ ରହିଲେ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe