ପାରିବାରିକ କଳହ: ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

Advertisment
ପାରିବାରିକ କଳହ: ଭୁଜାଲି ଚୋଟରେ ପୁଅ ମୃତ, ବାପା ଗୁରୁତର

ଭଦ୍ରକ: ବନ୍ତ ଥାନା ଅର୍ନ୍ତଗତ ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗ୍ରାମରେ ପାରିବାରିକ କଳହରୁ ବାପା ଓ ପୁଅ ମଧ୍ୟରେ ବାଡ଼ିଆପିଟା ହେଇଛି। ବାପା ମାଧବ ବାରିକ(୬୧)ଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି। ଗୁରତର ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ହେଲେ ଶଙ୍କର୍ଷଣ ବାରିକ(୩୫)।

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ସୁନାଗଡିଆ ନିବାସୀ ମାଧବ ଓ ତାଙ୍କର ପୁଅ ଶଙ୍କର୍ଷଣ ବାରିକଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଘଟଣା ବଢି ଶେଷରେ ବାପ ପୁଅ ହାତାହାତି ହୋଇଥିଲେ। ମାଧବଙ୍କ ଆକ୍ରମଣରେ ଶଙ୍କର୍ଷଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହତ ବାପକୁ ଗ୍ରାମବାସୀ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଖବର ପାଇ ବନ୍ତ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛନ୍ତି। ଅଭିଯୁକ୍ତ ଶଙ୍କର୍ଷଣକୁ ଗିରଫ କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛନ୍ତି। ସୁନାଗଡ଼ିଆ ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe