ମା’ଙ୍କୁ ହତ୍ୟା କଲା ପୁଅ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବରଗଡ଼: ବରଗଡ଼ ସଦର ଥାନା ଅନ୍ତର୍ଗତ ପିପିଲିପାଲି ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଗାଁରେ ମଦ୍ୟପ ପୁଅ କାଠ ଫାଳିଆରେ ମା’ଙ୍କୁ ପିଟି ମାରି ଦେଇଛି। ସର୍ବସମ୍ମୁଖରେ ନିଜ ଦୋଷ ବି ମାନିଛି। ହତ୍ୟାକାଣ୍ଡର ଶିକାର ‌ହୋଇଛନ୍ତି ପାନ ଭୁଏ (୭୦ବର୍ଷ)। ହତ୍ୟା ଅଭିଯୁକ୍ତ ପୁଅ କାର୍ତିକ (୨୫ବର୍ଷ)କୁ ପୁଲିସ୍‌ ଗିରଫ କରିଛି। ପ୍ରଥମେ ନିଶାସକ୍ତ ଅବସ୍ଥାରେ କାର୍ତିକ ଘରକୁ ଆସିଥିଲା। କିଡ୍‌ନି ରୋଗରେ ପୀଡ଼ିତା ଥିବା ମା’ ଘରେ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ। ତେବେ କାର୍ତିକ କାଠ ଫାଳିଆରେ ତାଙ୍କୁ ମାଡ଼ ମାରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା।

ପାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଂଚି କାର୍ତିକକୁ କାବୁ କରିଥିଲେ। ଗାଁରେ ସରପଞ୍ଚଙ୍କ ନେତୃତ୍ବରେ ‌ସଭା ହୋଇଥିଲା। ସେଠାରେ କାର୍ତିକ ନିଜ ଦୋଷ ମାନିଥିଲା। କାର୍ତିକର କହିବା ହେଲା, ତା’ର ଅନ୍ୟ ତିନି ଭାଇ ବାହା ହୋଇ ଶାଶୂଘରେ ରହୁଛନ୍ତି। ସେମାନେ ମା’ର କିଛି ହାଲ୍‌ଚାଲ୍‌ ବୁଝୁନଥିଲେ। କିଡ୍‌ନି ରୋଗରେ ଆକ୍ରାନ୍ତ ଥିବା ମା’ର ଯତ୍ନ ସେ ଏକୁଟିଆ ନେଉଥିଲା। ଟ୍ରାକ୍ଟର ଚଳାଇ ଯେତିକି ଉପାର୍ଜନ କରୁଥିଲା, ସବୁ ମା’ର ଚିକିତ୍ସାରେ ସରି ଯାଉଥିଲା। ଏଥିରେ ହତାଶ ହୋଇ ଶେଷରେ ନିଶାସକ୍ତ ଅବସ୍ଥାରେ ସେ ଏଭଳି କାଣ୍ଡ ଘଟାଇଥିବା ସ୍ବୀକାର କରିଛି। ସଦର ପୁଲିସ୍‌ ଗାଁରୁ ଅଭିଯୁକ୍ତ କାର୍ତିକକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe