ପିପିଲିରେ ଚାଞ୍ଚଲ୍ୟ: ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ

ପିପିଲିରେ ଚାଞ୍ଚଲ୍ୟ: ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ

ପିପିଲି: ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପୁଅ ଜିତୁର ହୃଷିକେଶ ପ୍ରଧାନଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପୁଅ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା।  ଘଟଣାସ୍ଥଳରେ ହିଁ ଟାଙ୍ଗିଆ ଚୋଟରେ ଚାଲିଯାଇଥିଲା ବାପା ହୃଷିକେଶ ପ୍ରଧାନଙ୍କର ଜୀବନ। ମଦ ପିଇ ନିଶାରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପିପିଲି ଥାନା ପୁଲିସ ସାନକଣ୍ଟି ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି। ଖାଲି ସେତିକି ନୁହେଁ, ପୁଅକୁ ବି ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ପିପିଲିରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe