ପକ୍ଷାଘାତ ଆକ୍ରାନ୍ତ ବାପାକୁ କଚାଡ଼ି ମାରିଲା ପୁଅ

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

ବରଗଡ଼/ଅତାବିରା : ପକ୍ଷାଘାତ ରୋଗରେ ଆକ୍ରା‌ନ୍ତ ବାପାଙ୍କୁ କଚାଡ଼ି ମାରିଛି ପୁଅ। ବରଗଡ଼ ଜିଲ୍ଲା ଅତାବିରା ଥାନା ପାହାଡ଼ଶ୍ରୀଗିଡ଼ା ବରଡ଼ୋଲ ଗ୍ରାମରେ ଏହିଭଳି ଏକ ଅମାନବୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ସୌକିଲାଲ ସେଠ(୬୫)।

ସୂଚନା ଅନୁସାରେ, ବରଗଡ଼ ସହର ଉପକଣ୍ଠସ୍ଥ ବରଡ଼ୋଲ ଗାଁରେ ସୌକିଲାଲ ସପରିବାର ରହୁଥିଲେ। ସ୍ତ୍ରୀ, ବଡ଼ପୁଅ ପ୍ରମୋଦ ଏବଂ ସାନପୁଅ ପ୍ରଦୀପଙ୍କୁ ନେଇ ତାଙ୍କ ଘରସଂସାର। ସେ ଏସିସି ସିମେଣ୍ଟ କାରଖାନାରେ କାମ କରି ଅବସର ନେଇଥିଲେ। କିଛି ମାସ ହେଲା ପକ୍ଷାଘାତରେ ଶିକାର ହୋଇ ଘରେ ପଡ଼ି ରହିଥିଲେ। ବଡ଼ପୁଅ ପ୍ରମୋଦ କିଛି ବର୍ଷ ପୂର୍ବରୁ ବାହା ହୋଇଥିଲେ। ପ୍ରଦୀପ ଚେନ୍ନାଇସ୍ଥିତ ଗୋଟିଏ ସାବୁନ କାରଖାନାରେ କାମ କରୁଥିଲା। ଆଠଦିନ ତଳେ ଘରକୁ ଫେରିଥିଲେ। ଗାଁ ପାଖରେ ଗୋଟିଏ ଫାଷ୍ଟଫୁଡ୍‌ ଦୋକାନ ଖୋଲିବାକୁ ଯୋଜନା କରିଥିଲା। ତେବେ, ଏଥିପାଇଁ ଅସବାବପତ୍ର କିଣିବାକୁ ଅର୍ଥ ନିଅଣ୍ଟ ଥିଲା। ଟଙ୍କା ପାଇଁ ବାରମ୍ବାର ସେ ଘରେ ଝଗଡ଼ା କରୁଥିଲା। ଏଥିରେ ଅତିଷ୍ଠ ହୋଇ ମା’ ନିଜ ଶାଶୂଘର ନିକଟସ୍ଥ ପିପିଲିପାଲିକୁ ଚାଲି ଯାଇଥିଲେ। ଏହାପରେ ବଡ଼ପୁଅ ପ୍ରମୋଦ ନିଜ ସ୍ତ୍ରୀଙ୍କୁ ନେଇ ଶ୍ବଶୂରଘର ପାହାଡ଼ ଶ୍ରୀଗିଡ଼ାକୁ ଚାଲି ଯାଇଥିଲେ। ପକ୍ଷାଘାତରେ ପୀଡ଼ିତ ପିତାଙ୍କ ସେବା କରିବାକୁ ଘରେ କେହିନଥିଲେ। ଫଳରେ ପ୍ରଦୀପ ଶୁକ୍ରବାର ଦିନ ଗୋଟିଏ ବାଇକ୍‌ରେ ସୌକିଲାଲଙ୍କୁ ନେଇ ସାଂଗ ବିକ୍ରମ ପ୍ରଧାନଙ୍କ ସହିତ ପାହାଡ଼ଶ୍ରୀଗିଡ଼ା ଯାଇଥିଲା।

ପାହାଡ଼ଶ୍ରୀଗିଡ଼ା ପହଂଚିବା ପରେ ପ୍ରଦୀପ ଆହୁରି ରାଗି ଯାଇଥିଲା। କାରଣ ସେଠାରେ ପ୍ରମୋଦଙ୍କ ଶ୍ବଶୂର ଘରେ ତାଲା ଝୁଲୁଥିଲା। ଏଥିରେ ସେ ଉତ୍‌କ୍ଷିପ୍ତ ହୋଇ ପିତା ସୌକିଲାଲଙ୍କୁ ମାଡ୍‌ପିଟ୍‌ କରିବା ଆରମ୍ଭ କରିଥିଲା। ପରେ ରାସ୍ତା ଉପରେ କଚାଡ଼ି ଦେଇଥିଲା। ଯଦ୍ବାରା ସୌକିଲାଲଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା। ପୁଲିସ୍‌ ଦୀପ ଏବଂ ବିକ୍ରମକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe