ସାମାନ୍ୟ କଳହରୁ ବାପାକୁ ହତ୍ୟା କଲା ପୁଅ

Advertisment
ସାମାନ୍ୟ କଳହରୁ ବାପାକୁ ହତ୍ୟା କଲା ପୁଅ

କୁକୁଡ଼ାଖଣ୍ଡି: ସାମାନ୍ୟ କଳହରୁ ବାପାକୁ ହତ୍ୟା କଲା ପୁଅ। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଓ ସଦର ଥାନା ଅଧୀନ କୁମାରପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ରମେଶ ପ୍ରଧାନ। ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଅଭିଯୁକ୍ତ ପୁଅ ଦାମୋଦରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତକାଲି ସକାଳେ ରମେଶ ଓ ତାଙ୍କ ପୁଅ ଦାମୋଦର ମଧ୍ୟ କୌଣସି କଥାକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ରମେଶଙ୍କୁ ଦାମୋଦର ଆକ୍ରମଣ କରିଥିଲା। କିନ୍ତୁ ଗ୍ରାମବାସୀ ପହଞ୍ଚି ତାକୁ ଏଥିରୁ ନିବୃତ୍ତ ରହିବାକୁ ତାଗିଦ୍ କରିଥିଲେ। ତେବେ ପୁଣି ଥରେ ସନ୍ଧ୍ୟାରେ ଦାମୋଦର ବାପାଙ୍କ ସହ ପାଟିତୁଣ୍ଡ କରିଥିଲା। ଆଉ ଉତ୍‌କ୍ଷିପ୍ତ ହୋଇ ଏକ ବାଉଁଶ ଠେଙ୍ଗାରେ ରମେଶଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା। ସଂଗେ ସଂଗେ ରମେଶଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତକଙ୍କ ଝିଅର ଏତଲା କ୍ରମେ ସଦରଥାନାରେ କେସ୍ ନମ୍ବର ୪୫୯/୨୩ ଅନୁସାରେ ହତ୍ୟା ମାମଲା ରୁଜୁ ଦାମୋଦରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଟଙ୍କାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe