Advertisment

ଘର ଭିତରେ ଅଲଗା ରୋଷେଇ କରିବାକୁ ନେଇ ଯୁକ୍ତିତର୍କରୁ ବାପାକୁ ହତ୍ୟା କଲା ମଦ୍ୟପ ପୁଅ

Advertisment
ଘର ଭିତରେ ଅଲଗା ରୋଷେଇ କରିବାକୁ ନେଇ ଯୁକ୍ତିତର୍କରୁ ବାପାକୁ ହତ୍ୟା କଲା ମଦ୍ୟପ ପୁଅ

ଗଞ୍ଜାମ: ଗୋଟିଏ ଘର ଭିତରେ ଅଲଗା ରୋଷେଇ କରିବାକୁ ନେଇ ଯୁକ୍ତିତର୍କରୁ ବାପାକୁ ହତ୍ୟା କଲା ମଦ୍ୟପ ପୁଅ। ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଓ ଗଞ୍ଜାମ ବ୍ଲକ୍ ଅଧୀନ ୟୁଡିଏସ୍‌ପୁର ପଞ୍ଚାୟତ ବାଳସିଂହପଲ୍ଲୀ ଗ୍ରାମରେ ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକଜଣକ ହେଉଛନ୍ତି, ଗଣପତି ଦାସ (୫୬)।

ସୂଚନାନୁସାରେ, ଗଣପତି, ପତ୍ନୀ, ଝିଅ, ପୁଅ ଗାନ୍ଧି (୩୫) ଓ ବୋହୂ ଗୋଟିଏ ଘରେ ରହୁଥିଲେ। କିନ୍ତୁ ଦୁଇବର୍ଷ ହେଲା ଗାନ୍ଧି ତା’ର ପତ୍ନୀ ସହ ଅଲଗା ରୋଷେଇବାସ କରି ପରିବାର ପ୍ରତିପୋଷଣ କରୁଛି। ଯାହାକୁ ନେଇ ବାପାପୁଅ ମଧ୍ୟରେ ବହୁବାର ଗଣ୍ଡଗୋଳ ହୋଇଥିବା ବେଳେ ଗ୍ରାମବାସୀ ହସ୍ତକ୍ଷେପ କରି ସମାଧାନ କରିଆସୁଥିଲେ।
ଗତକାଲି ଅପରାହ୍‌ଣ ୫ଟାରେ ପୁଣି ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଚରମସୀମାରେ ପହଞ୍ଚିଥିଲା। ରାତି ପ୍ରାୟ ୧୦ଟାରେ ଗାନ୍ଧି ପ୍ରଚୁର ମଦ ପିଇ ଘରକୁ ଆସି ପୁଣି ଗଣପତିଙ୍କ ସହ ପାଟିତୁଣ୍ଡ ହୋଇଥିଲା। ସେପଟେ ଗଣପତି ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିଲେ। ଉଭୟ ପରସ୍ପରକୁ ମୁଥ ମାରିଥିଲେ। ଶେଷରେ ଗାନ୍ଧି ଉତ୍‌କ୍ଷିପ୍ତ ହୋଇ ଘରେ ଥିବା କବାଟଗେଡ଼ାରେ ଗଣପତିଙ୍କ ମୁଣ୍ଡକୁ ବାରମ୍ବାର ପିଟିଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀ ଏବଂ କିଛି ସଂପର୍କୀୟ ତାଙ୍କୁ ପ୍ରଥମେ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ବ୍ରହ୍ମପୁର ନେବାକୁ ପରାମର୍ଶ ଦେଇଥିଲେ ‌ହେଁ, ସଂପର୍କୀୟମାନେ ଘରକୁ ଆଣିଦେଇଥିଲେ। ଆଜି ସକାଳେ ଗଣପତିଙ୍କ ମୃତ୍ୟୁ ଘଟିଥିଲା।

ରମ୍ଭା ଥାନାଧିକାରୀ ସତ୍ୟବ୍ରତ ଭୂତିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ଅଭିଯୁକ୍ତ ପୁଅ ଗାନ୍ଧିକୁ କାବୁ କରିଥିଲା। ଏନେଇ କେସ୍ ନମ୍ବର ୪୨୫/୨୪ରେ ମାମଲା ରୁଜୁ ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe