ଭତ୍ତା ଟଙ୍କା ନଦେବାରୁ ମା’କୁ ଶାବଳରେ ପିଟି ମାରିଦେଲା

ଦୁଇ ଛାତ୍ରଙ୍କ ଆତ୍ମହତ୍ୟା ମାମଲା: ସାମ୍ନାକୁ ଆସିଲା ଇନ୍‌ଷ୍ଟା ପୋଷ୍ଟ, ସୁଇସାଇଡ୍‌ ନୋଟ୍‌

ବସ୍ତା-୨/ବୋଳିଂ/ଗାନ୍ଧିଛକ : ୧୦ ମାସର ଗର୍ଭ ଯନ୍ତ୍ରଣା ସହି ପୁଅ ଜନ୍ମ ଦେଇଥିଲେ। ଭାବିଥିଲେ, ପରିଣତ ବୟସରେ ପୁଅ ସାହା ହେବ; ମଲେ ମୁହଁରେ ନିଆଁ ଦେବ। ହେଲେ, ଜନ୍ମକଲା ପୁଅ ପାଲଟିଗଲା ସଇତାନ। ଯେଉଁ ମାଆ ପାଳିପୋଷି ପୁଅକୁ ବଡ଼ କରିଥିଲା, ସେଇ ମାଆକୁ ସାମାନ୍ୟ କେଇଟା ଟଙ୍କା ପାଇଁ ଶାବଳରେ ପିଟି ମାରିଦେଲା ପୁଅ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ।

ସିଂଲା ଥାନା ସାର୍ଥା ଗ୍ରାମରେ ସ୍ବର୍ଗତ ଅଯୋଧ୍ୟା ମଣ୍ଡଳଙ୍କ ବିଧବା ପତ୍ନୀ ସାବିତ୍ରୀ ମଣ୍ତଳ (୭୫) ରହନ୍ତି। ତାଙ୍କର ତିନି ପୁଅ। ସମସ୍ତେ ଅଲଗା ଚଳୁଛନ୍ତି। ମାଆ କଥା କେହି ବୁଝନ୍ତି ନାହିଁ। ଫଳରେ ସାବିତ୍ରୀ ପାଉଥିବା ବାର୍ଦ୍ଧକ୍ୟ ଭତ୍ତା ଓ ଭିକ୍ଷାବୃତ୍ତିରୁ ଯାହା ପାଉଥିଲେ, ସେଥିରେ ଚଳୁଥିଲେ। ତେବେ, ମଦ୍ୟପ ବଡ଼ପୁଅ ଅଜୟ ମଣ୍ଡଳ ସବୁବେଳେ ବୃଦ୍ଧା ମାଆକୁ ମାରଧର କରି ଭିକ୍ଷା ଓ ଭତ୍ତା ଟଙ୍କା ଛଡ଼ାଇନିଏ। ଗତକାଲି ସନ୍ଧ୍ୟାରେ ଅଜୟ ମଦପିଇ ମାଆ ପାଖକୁ ଆସି ଭତ୍ତା ଟଙ୍କା ମାଗିଥିଲା। ସାବିତ୍ରୀ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଜୟ ଶାବଳରେ ମାଆ ମୁଣ୍ଡକୁ ପିଟି ଦେଇଥିଲା। ସାବିତ୍ରୀଙ୍କ ଚିତ୍କାର ଶୁଣି ସାନବୋହୂ ସଞ୍ଜୁରାଣୀ ଦୌଡ଼ି ଆସିବା ଦେଖି ଅଜୟ ସେଠାରୁ ଚମ୍ପଟ ମାରିଥିଲା। ଆକ୍ରମଣର ଶିକାର ସାବିତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଖବର ପାଇ ସିଂଲା ପୁଲିସ, ଏସ୍‌ଡିପିଓ ଜଳନ୍ଧର ଜାଲି ଓ ବାଲିଆପାଳ ଥାନାଧିକାରୀ ସୁବ୍ରତ କୁମାର ବେହେରାଙ୍କ ସହ ସାଇଣ୍ଟିଫିକ ଟିମ୍ ପହଞ୍ଚି ଶବ ଜବତ କରିଥିଲେ। ମୃତ ସାବିତ୍ରୀଙ୍କ ସାନପୁଅ ସଞ୍ଜୟ ମଣ୍ଡଳଙ୍କ ପତ୍ନୀ ସଞ୍ଜୁରାଣୀ ଏ ନେଇ ସାର୍ଥା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ସିଂଲା ଥାନା କେସ୍ ନଂ ୨/୨୩ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe