ବୃଦ୍ଧା ମା’ଙ୍କୁ ହତ୍ୟା କରି ଘର ଭିତରେ ଜାଳିଦେଲା ପୁଅ

ରୋଷେଇ କରୁଥିବା ବେଳେ ଶାଢ଼ୀରେ ନିଆଁ ଲାଗି ମହିଳା ଗୁରୁତର

Image Courtesy of India Today

ବ୍ରହ୍ମପୁର: ଦୁନିଆରେ ସବୁକିଛି ମିଳିବା ସମ୍ଭବ। କିନ୍ତୁ ବାପା-ମା’ ମିଳିବା ଅସମ୍ଭବ। ଯେଉଁ ମା’ କୋଳରେ ବଢ଼ି ଶିଶୁଟିଏ ବଡ଼ ହୋଇଛି। ବୟସ ବଢ଼ିଗଲେ ତାଙ୍କୁ ଅନାଦର କରିବା ଏକ ଘୃଣ୍ୟ କାମ। କିନ୍ତୁ ପୁଅ ଯେତେବେଳେ ନୃଶଂସ ହୁଏ, ତା ଆଗରେ ସଂପର୍କର ମୂଲ୍ୟବୋଧ କିଛି ନାହିଁ। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳରେ ବୃଦ୍ଧା ମା’ଙ୍କୁ ହତ୍ୟା ପରେ ଘର ଭିତରେ ଅତି ନୃଶଂସ ଭାବେ ଜାଳିଦେଇଛି ପୁଅ। ୯୫ ବର୍ଷ ବୟସ୍କା ବୃଦ୍ଧା ମା’ଙ୍କୁ ହତ୍ୟା କରି ଘରେ ଜାଳି ଦେଉଥିବା ଦେଖି ସାହି ଲୋକେ ବିରୋଧ କରିଥିଲେ ବି ପୁଅର ଉନ୍ମତ୍ତକାଣ୍ଡକୁ ପ୍ରତିବାଦ କରିବାକୁ ସାହାସ ଜୁଟାଇ ପାରିନଥିଲେ।

ସୂଚନା ଅନୁସାରେ ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିରେ ଅଭିଯୁକ୍ତ ସମୀର ନାୟକ(୪୫) ଶନିବାର ବିଳମ୍ବିତ ରାତିରେ ମା’ ମଞ୍ଜୁଳା ନାୟକଙ୍କୁ ହତ୍ୟା କରିଥିଲା । ଏହାପରେ ଘରେ ଥିବା ଆସବାପତ୍ର ଏବଂ ଜାଳେଣି କାଠରେ ଘର ଭିତରେ ହିଁ ଶବକୁ ପୋଡ଼ି ଦେଇଥିବା ଜଣାପଡ଼ିଛି। ।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଥାନାକୁ ଆଣିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe