ପିଶାଚ ପୁଅ, ମା’ଙ୍କୁ ଜିଅନ୍ତା ଜାଳିଦେଲା

Advertisment
ବିଚ୍‌ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

Uttarpradesh.org

ପାଟଣାଗଡ଼: ଶୋଇଥିବା ଅବସ୍ଥାରେ ମା’ଙ୍କୁ ଜିଅନ୍ତା ଜାଳି ଦେଇଛି ପୁଅ। ଏଭଳି ଏକ ନୃଶଂସ ଘଟଣା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡ଼ା ଥାନା ଅନ୍ତର୍ଗତ ରାଢ଼ବାହାଲ ଗାଁର ସ‌ନ୍ତୋଷ ଖରସେଲ (୪୨) ଶନିବାର ସକାଳ ୫ଟାରେ ପାରିବାରିକ କଳହକୁ କେନ୍ଦ୍ର କରି ତା’ର ବାପା ରୂପୀ ଖରସେଲ (୮୦)ଙ୍କୁ ଠେଙ୍ଗାରେ ବାଡ଼େଇଥିଲା। ରୂପୀ ଘରୁ ପଳାଇ ଯାଇ ଗାଁ ଲୋକଙ୍କୁ ଡାକିଥିଲେ। ଏହି ସମୟ ମଧ୍ୟରେ ସନ୍ତୋଷ ସତେ ‌େଯମିତି ପିଶାଚ ପାଲଟି ଯାଇଥିଲା। ଘରେ ଶୋଇଥିବା ତା’ର ମା’ ଆଶାମତୀ ଖରସେଲ (୭୫)ଙ୍କ ଦେହରେ କି‌ରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ଗ୍ରାମବାସୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ। ତେବେ ସେତେବେଳକୁ ଆଶାମତୀଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ ସଂପର୍କରେ ବେଲପଡ଼ା ପୁଲିସ ଏକ ହତ୍ୟା ମାମଲା (କେସ୍‌ ନଂ ୧୦୪/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର୍‌ ଥିବା ଅଭିଯୁକ୍ତ ସନ୍ତୋଷକୁ ପୁଲିସ କାବୁ କରିଛି। ଗ୍ରାମବାସୀଙ୍କଠାରୁ ପ୍ରକାଶ ଯେ, ସନ୍ତୋଷ ତାମିଲନାଡ଼ୁକୁ ଇଟା ଗଢ଼ିବାକୁ ଯାଇଥିଲା। କିଛିଦିନ ହେଲା କୌଣସି କାରଣରୁ ସେଠାରୁ ସେ ପଳାଇ ଆସିଥିଲା ଓ ତା’ର ମାନସିକ ସ୍ଥିତି ଠିକ୍‌ ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe