କଟକ କାର ଦୁର୍ଘଟଣା: ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କ ପୁଅ ଦେବବ୍ରତଙ୍କ ମୃତ୍ୟୁ

Advertisment
କଟକ କାର ଦୁର୍ଘଟଣା: ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କ ପୁଅ ଦେବବ୍ରତଙ୍କ ମୃତ୍ୟୁ

ଅନୁଗୁଳ: କଟକ ଉପକଣ୍ଠ ତେଲେଙ୍ଗାପେଣ୍ଠରେ ଆଜି ଭୋରରୁ ଘଟିଥିବା କାର ଦୁର୍ଘଟଣାରେ ରାଜ୍ୟର ପୂର୍ବତନ ମନ୍ତ୍ରୀ, ସମ୍ବଲପୁରର ପ୍ରାକ୍ତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଅମରନାଥ ପ୍ରଧାନଙ୍କ ପୁତ୍ର ଦେବବ୍ରତ ପ୍ରଧାନ(ଅଂକୁର)ଙ୍କ ମୃତ୍ୟୁ ହୋଇଛି। ସେ ଅନ୍ୟ ୨ ଜଣ ସାଙ୍ଗଙ୍କ ସହିତ କାରରେ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦେବବ୍ରତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅନୁଗୁଳରେ ଶୋକ ଖେଳିଯାଇଛି। ବିଭିନ୍ନ ମହଲରୁ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରାଯାଇଛି। ସୂଚନାଯୋଗ୍ୟ, କିଛି ବର୍ଷ ତଳେ ଅମରନାଥଙ୍କ ଧର୍ମପତ୍ନୀ ମୌସୁମୀ ପ୍ରଧାନଙ୍କର ମଧ୍ୟ ସଡକ ଦୁର୍ଘଟଣାରେ ପ୍ରାଣହାନି ଘଟିଥିଲା। ଶ୍ରୀମତୀ ପ୍ରଧାନ ଆଠମଲ୍ଲିକରୁ ଗାଡ଼ିରେ ଅନୁଗୁଳ ଫେରିବା ବେଳେ ଜରପଡାଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଆଜି ଭୋର ୩ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥରେ କଟକରୁ ଭୁବନେଶ୍ୱର ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଜାଗୁଆର୍‌ କାର୍‌ (ଓଡି ୧୪ସି-୦୦୦୭) ତେଲେଙ୍ଗାପେଣ୍ଠ ନିକଟରେ‌ ଭାରସାମ୍ୟ ହରାଇ କେନାଲ୍‌ ଭିତରକୁ ପଶିଯାଇଥିଲା। ଏହାଫଳରେ କାର୍‌ ଭିତରେ ଥିବା ୩ଜଣଙ୍କର ଅବସ୍ଥା ଗୁରୁତର ହୋଇଥିଲା। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ନେଇଥିଲା। ହସ୍‌ପିଟାଲରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ୩ ଜଣଙ୍କ ମଧ୍ୟରେ ଦେବବ୍ରତ ମଧ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe