କୁଚିଣ୍ଡା : ବାପାର ତୀର ମାଡ଼ରେ ପୁଅ ଗୁରୁତର

Advertisment
କୁଚିଣ୍ଡା : ବାପାର ତୀର ମାଡ଼ରେ ପୁଅ ଗୁରୁତର

Iconscout

କୁଚିଣ୍ଡା : ସାମାନ୍ୟ କଳହକୁ କେନ୍ଦ୍ର କରି ବାପା ଓ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଛି। ବାପା ତୀର ମାଡ଼ରେ ପୁଅ ଗୁରୁତର ହୋଇଛି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା କୁସମୀ ଫାଣ୍ଡି ଅନ୍ତର୍ଗତ ବାଙ୍କେ ଗ୍ରାମ ଭକ୍ତପଡ଼ାରେ। ଗତ ଗୁରୁବାର ରାତିରେ କୌଣସି ଏକ କାରଣକୁ ନେଇ ବାପା ଦୟାନିଧି ଲୁହୁରା ଓ ପୁଅ ଭୋଟର ଲୁହୁରା(୨୪)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୟାନିଧି ଏକ ତୀରରେ ଭୋଟରକୁ ଆକ୍ରମଣ କରିଥିଲେ। ତୀରଟି ତାଙ୍କ ଦକ୍ଷିଣ ପାର୍ଶ୍ବ ଛାତିରେ ବାଜିଥିଲା। ଘଟଣାସ୍ଥଳରେ ସେ ଅଚେତ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଲୁହୁରାକୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଦୟାନିଧିକୁ ଗିରଫ କରି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe