ବଲାଙ୍ଗୀର : ବାପାଙ୍କ ଶବକୁ ସାଇକଲରେ ନେଇ ସତ୍କାର କଲେ ପୁଅ

Advertisment
ପୁଲିସ ମାଡ଼ରେ ଯୁବକ ମୃତ

Catch News

ବଲାଙ୍ଗୀର : ଜନ୍ମରୁ ମୃତ୍ୟୁ ଯାଏ ଯୋଜନା। ହେଲେ ଏଠି କିଛି ବି କାମ କରୁନି। ଆଧୁନିକତାର ସମାଜରେ ଜାତିଭେଦ ଏବେ ବି ଦେଖିବାକୁ ମିଳୁଛି। ଶବକୁ କାନ୍ଧ ଦେବାକୁ ଲୋକ ନବାହାରିବାରୁ ଶେଷରେ ପୁଅ ନିଜ ବାପାର ଶବକୁ ଅଖା ବସ୍ତାରେ ଭର୍ତ୍ତି କରି ସାଇକଲରେ ବୋହି ନେଇ ସତ୍କାର କରିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ବ୍ଲକ୍‌ ଲଙ୍କାବାହାଲ ଗାଁରେ। ପୁଅ ବାପାର ଶବକୁ ସାଇକଲରେ ନେବାରୁ ସତ୍କାର କରିବା ଯାଏ ଭିଡିଓ ଏବେ ଭାଇରାଲ ହେବା ପରେ ଚାଞ୍ଚଲ୍ୟ ଖେଳିଛି।

publive-imageଲଙ୍କାବାହାଲ ଗାଁରେ ବହୁ ବର୍ଷ ହେଲା ରହୁଥିଲେ ଅକ୍ଷୟ ପାତ୍ର(୭୦)। ତାଙ୍କ ସ୍ତ୍ରୀ ଓ ପୁଅ ଭୁଜ ପାତ୍ର ନିକଟସ୍ଥ ଗାଁ ଘୁଙ୍ଗିରେ ରହୁଥିଲେ। ପାରିବାରିକ ବିବାଦରୁ ସେ ଲଙ୍କାବାହାଲ ଗାଁରେ ଏକ କୁଡ଼ିଆ କରି ଭିକ୍ଷାବୃତ୍ତି କରି ଚଳୁଥିଲେ। କିଛି ଦିନ ହେଲା ସେ ଠିକ୍‌ରେ ଖାଇବା ପିଇବା ନପାଇ ଅସୁସ୍ଥ ହୋଇ ପଡ଼ିଥିଲେ। ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଶବକୁ ଗାଁର କେହି ଛୁଇଁନଥିଲେ। ଭିନ୍ନ ଭିନ୍ନ ଜାତିର ଲୋକଙ୍କଠାରୁ ସେ ଭିକ୍ଷାବୃତ୍ତି କରି ଖାଇଥିବାରୁ ତାଙ୍କ ଶବ ସତ୍କାରରେ କେହି ବାହାରିନଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପୁଅ ଭୁଜ ସାଇକଲ ଧରି ଲଙ୍କାବାହାଲ ପହଞ୍ଚିଥିଲେ। ନିଜେ ଏକ ଅଖାବସ୍ତାରେ ଶବକୁ ନେଇ ଶେଷକୃତ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe