ସମାଲୋଚକଙ୍କୁ ସୋନାଙ୍କ ଧମକ ଭରା ଟୁଇଟ୍ ! ଚୁପ୍‌ ହୁଅ ନ ହେଲେ ମୁଁ ଚଣ୍ଡୀଙ୍କ ଭଳି ନଗ୍ନ ହୋଇଯିବି...!!

Advertisment
ସମାଲୋଚକଙ୍କୁ ସୋନାଙ୍କ ଧମକ ଭରା ଟୁଇଟ୍  !  ଚୁପ୍‌  ହୁଅ ନ ହେଲେ ମୁଁ ଚଣ୍ଡୀଙ୍କ ଭଳି ନଗ୍ନ ହୋଇଯିବି...!!

ଭୁବନେଶ୍ୱର: ଭକ୍ତ ସାଲବେଗଙ୍କ ଲିଖିତ ଲୋକପ୍ରିୟ ଓଡ଼ିଆ ଜଣାଣ ‘ଆହେ ନୀଳଶଇଳ’କୁ ଗାୟିକା ସୋନା ମହାପାତ୍ର ବିକୃତ ଉଚ୍ଚାରଣ କରି ଗାଇବା ପରେ ଓଡ଼ିଆ ଭାଷାପ୍ରେମୀ ଓ ଜଗନ୍ନାଥ ପ୍ରେମୀମାନେ ସୋନାଙ୍କୁ ଟୁଇଟର୍‌ରେ ବହୁ ତିରସ୍କାର କରି ଟୁଇଟ୍‌ କରିଥିବାର ଗତ ୨ ଦିନ ମଧ୍ୟରେ ଦେଖିବାକୁ ମିଳିଛି। ଭାଷା ପ୍ରେମୀ, ଜଗନ୍ନାଥ ପ୍ରେମୀ ତଥା ସାରା ଓଡ଼ିଶାର ସଂସ୍କୃତିକୁ ଏହା ଆଘାତ ଦେଇଥିବା ବେଳେ ସୋନା ସମାଲୋଚକଙ୍କ ସମାଲୋଚନାରେ ଉତକ୍ଷିପ୍ତ ହୋଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ଜଣେ ଟୁଇଟର୍‌ ବ୍ୟବହାରକାରୀ ସୋନା ପିନ୍ଧିଥିବା ପୋଷାକ ଉପରେ ଆଙ୍ଗୁଠି ଉଠାଇବା ପରେ ନିଜ ଉପରୁ ଭାରସାମ୍ୟ ହରାଇଛନ୍ତି ସୋନା। ବ୍ୟବହାରକାରୀ ଜଣକ ଲେଖିଛନ୍ତି କି ‘ମ୍ୟାଡାମ! ଆପଣ ଯାହା ଗାଇଛନ୍ତି ତାହା ଏକ ଭଜନ। ଆଧୁନିକ ନୁହେଁ। ଏପରି ଗୀତ ଗାଇବା ପରେ ବେକ କଟା ପୋଷାକ ପିନ୍ଧିଥିବାରୁ ଆପଣଙ୍କୁ ଟିକେ ଲାଜ ଲାଗିବା କଥା। ଆପଣ ଓଡ଼ିଶାର। ଏହି ଗୀତ ଆମ ଓଡ଼ିଆ ସଂସ୍କୃତିକୁ ପ୍ରତିପାଦନ କରୁଛି। ଏହାକୁ ଧ୍ୱଂସ କରିବାକୁ କିଏ ଆପଣଙ୍କୁ ଅଧିକାର ଦେଲା? ଚୋରି, ତା’ ଉପରେ ପୁଣି ସିନାଜୋରି ! ଓଡ଼ିଆ ଜାତି ପାଇଁ ତୁମେ କଳଙ୍କ।’

ଏହାର ଉତ୍ତରରେ ସୋନା  ଯାହା ଲେଖିଛନ୍ତି, ତାର ଭାବାର୍ଥ ଏପରି, ‘ତୁମେ ଏବଂ ତୁମ ପରି ଅନ୍ୟ ନିରକ୍ଷର ବ୍ୟକ୍ତି ଚୁପ୍‌ ରୁହ। ଏହି କିଛି ଦିନ ଭିତରେ ମୋ ଟାଇମ୍‌ଲାଇନ୍‌ରେ ତୁମେମାନେ କରିଥିବା ବାନ୍ତି ପର୍ଯ୍ୟାପ୍ତ ପରିମାଣରେ ପଡ଼ିଛି।  ମୁଁ ପୂରା ନଗ୍ନ ହୋଇଯିବି । ଯଦି ତୁମେ ଚୁପ୍‌ ନ ହୁଅ ତେବେ ଚଣ୍ଡୀଙ୍କ ପ୍ରକୃତ ରଂଗ ଦେଖାଇବି। ସେ ଆଦୌ ପୋଷାକ ପିନ୍ଧନ୍ତି ନାହିଁ।’

ଉଲ୍ଲେଖଯୋଗ୍ୟ, କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଓଡ଼ିଆ ଜଣାଣକୁ ଭୁଲ୍‌ ଉଚ୍ଚାରଣ କରିବା ସହ ବିକୃତ ଶୈଳୀରେ ଗାଇ ସୋନା ବିଭିନ୍ନ ବୁଦ୍ଧିଜୀବୀ, ସାହିତ୍ୟିକ ମହଲରେ ସମାଲୋଚନନାର ପାତ୍ରୀ ହୋଇଛନ୍ତି। ସୋନା ‘ଆହେ ନୀଳଶଇଳ’ ଜଣାଣରେ ମତ୍ତକୁ ମାତ୍ତ, ଜଣାଣକୁ ଜନନ, କରକୁ କଳ, ଘୋରକୁ ଘର, ଜଳେଣକୁ ଜଳେନ, ଉଦ୍ଧାରିଲକୁ ଉଦ୍ଧାରିଲା, ସାଲବେଗଙ୍କୁ ସାଲେବେଗ ଉଚ୍ଚାରଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe