କଂଗ୍ରେସରୁ ଇସ୍ତଫା ଦେଲେ ମୁଖପାତ୍ର ସୋନାଲୀ ସାହୁ

Advertisment
କଂଗ୍ରେସରୁ ଇସ୍ତଫା ଦେଲେ ମୁଖପାତ୍ର ସୋନାଲୀ ସାହୁ

Odisha Diary

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ସୋନାଲୀ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳୀୟ ପ୍ରାଥମିକ ସଦସ୍ୟ ପଦ ଛାଡ଼ିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଟିକେଟ୍‌ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିବା କୁହାଯାଉଛି। ତେବେ ଦଳର ନେତୃତ୍ବ ବିରୋଧରେ ସେ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ‌ସେ ମହିଳା କଂଗ୍ରେସ ସଭାନେତ୍ରୀ ପଦବି ପାଇଁ ଦାବିଦାର ଥିଲେ। ତାଙ୍କୁ ସେହି ସୁଯୋଗ ମିଳିନଥିଲା। ଏଣୁ ସେ ହାତ ଛାଡ଼ିଥିବା କହିଛନ୍ତି। ସେ ପଟେ ସୋନାଲୀ ଖୋର୍ଧା ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଥିଲେ। ତାଙ୍କୁ ଟିକେଟ୍‌ ନ ମିଳିବାରୁ ସେ ଦଳ ଛାଡ଼ିଥିବା ଚର୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe