ସୋନପୁରର ଟିପିଆର ରାଜ୍ୟରେ ସର୍ବାଧିକ: ପୁଣି ୧୫% ବଢ଼ିଲା‌ ଦୈନିକ ସଂକ୍ରମଣ

Advertisment

୧୩ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

୧୩ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ସୋନପୁରର ଟିପିଆର ରାଜ୍ୟରେ ସର୍ବାଧିକ: ପୁଣି ୧୫% ବଢ଼ିଲା‌ ଦୈନିକ ସଂକ୍ରମଣ

ଭୁବନେଶ୍ବର: ଦୁଇଦିନ ଧରି ଦୈନିକ ସଂକ୍ରମଣ କମିବା ପରେ ପୁଣିଥରେ ଦୈନିକ ସଂକ୍ରମଣରେ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ସଂକ୍ରମଣ ୧୫ ପ୍ରତିଶତ ବଢ଼ିଛି। ଏକାଧିକ ଜିଲ୍ଲାରେ ସଂକ୍ରମଣ ହାର ବା ଟିପିଆର ବୃଦ୍ଧି ପାଇଛି। ସୋନପୁର ଜିଲ୍ଲା ଟିପିଆରରେ ରେକର୍ଡ କରିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ଲକ୍ଷ ଟପିଛି। ଗତ ୨୪ଘଣ୍ଟାରେ ୧୭,୯୦୬ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟର ଟିପିଆର ୫.୨୮ ପ୍ରତିଶତକୁ ବୃଦ୍ଧି ପାଇଛି। ମାତ୍ର ସୋନପୁରରେ ଏହା ୧୮ ପ୍ରତିଶତ ରହିଛି। ଜିଲ୍ଲାରେ ୨୦୫ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୋନପୁରକୁ ବାଦ୍ ଦେଲେ ବୌଦ୍ଧ ୧୫, ଖୋର୍ଧା ୧୪.୬, ସମ୍ବଲପୁର ୧୦, ସୁନ୍ଦରଗଡ଼ ୮, ଗଜପତି ୫.୪ ଓ ପୁରୀରେ ୫.୩ ପ୍ରତିଶତ ରହିଛି। ପୂର୍ବରୁ କେବଳ ଖୋର୍ଧା, କଟକ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହୁଥିବା ବେଳେ ଏବେ ଅନ୍ୟ ଜିଲ୍ଲାରେ ଏଥିରେ ବୃଦ୍ଧି ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୯୪୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୩୭୧, ସୁନ୍ଦରଗଡ଼ ୧୦୩, କଟକ ୭୫, ସମ୍ବଲପୁର ୫୩, ପୁରୀ ୨୦, ମୟୂରଭଞ୍ଜ ୩୨, ନୟାଗଡ଼ ୨୭, ଜଗତସିଂହପୁର ୧୪ ଓ ଷ୍ଟେଟ୍‌ ପୁଲରୁ ୭୬ଜଣଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୦,୮୭୩କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଜଣେ କରୋନାରେ ପ୍ରାଣ ହରାଇଥିବା ସୂଚନା ଦିଆଯାଇଛି। ଫଳରେ କରୋନା ମୃତ୍ୟୁ ସଂଖ୍ୟା ୯୧୩୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୭୩୭ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ୫୫୭୯ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe