୪୪.୨ ଡିଗ୍ରି ସହ ସୋନପୁର ଦେଶର ସର୍ବାଧିକ ଉତ୍ତପ୍ତ ସହର, ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Advertisment
୪୪.୨ ଡିଗ୍ରି ସହ ସୋନପୁର ଦେଶର ସର୍ବାଧିକ ଉତ୍ତପ୍ତ ସହର, ରାଜ୍ୟର ୧୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ସୋନପୁରରେ ଆଜି ୪୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଏହା ଦେଶର ସର୍ବାଧିକ ଉତ୍ତପ୍ତ ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ, ସୋନପୁରରେ ଆଜି ରେକର୍ଡ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ରାଜ୍ୟର ୧୬ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ବାଲେଶ୍ୱରରେ ୪୦.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଅନୁଗୁଳରେ ୪୧.୭, ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ସମ୍ବଲପୁରରେ ୪୦.୮, ସୁନ୍ଦରଗଡ଼ରେ ୪୧.୫, ତାଳଚେରରେ ୪୧.୮, ଭବାନୀପାଟଣାରେ ୪୦.୫, ବଲାଙ୍ଗୀରରେ ୪୨.୮, ଟିଟିଲାଗଡ଼ରେ ୪୧.୫, ମାଲକାନଗିରିରେ ୪୦.୦, ନୟାଗଡ଼ରେ ୪୦.୫, ବୌଦ୍ଧରେ ୪୨.୦, ଛତ୍ରପୁରରେ ୪୦.୦ ଓ ପାରଳାଖେମୁଣ୍ଡିରେ ୪୧.୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆଜି ଭୁବନେଶ୍ୱରରେ ୩୭.୭ ଓ କଟକରେ ୩୮.୭ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe