୪୨ ଡିଗ୍ରି ତାପମାତ୍ରା ସହ ଆଜି ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର; ୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Advertisment

ଭୁବନେଶ୍ୱର ୩୬.୪ ଓ କଟକ ୩୫.୨ ଡିଗ୍ରି ସେଲସିୟସ

ଭୁବନେଶ୍ୱର ୩୬.୪ ଓ କଟକ ୩୫.୨ ଡିଗ୍ରି ସେଲସିୟସ

୪୨ ଡିଗ୍ରି ତାପମାତ୍ରା ସହ ଆଜି ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର; ୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଜି ବି ତାତି କିଛିଟା କମ ରହିଥିଲେ ବି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାତିର ପ୍ରଭାବ ପ୍ରବଳ ରହିଛି। ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ସୋନପୁର ଠାରେ ରେକର୍ଡ କରାଯାଇଥିବା ବେଳେ ଏହା ପଛକୁ ୪୧.୫ ଡିଗ୍ରି ତାପମାତ୍ରା ଅନୁଭୂତ ହୋଇଛି ରାଜ୍ୟର ତତଲାଗଡ଼ ରୂପେ ଖ୍ୟାତ ଟିଟଲାଗଡ଼ରେ। ଏ ଦୁଇଟି ସ୍ଥାନକୁ ବାଦଦେଲେ ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରର ତାପମାତ୍ରା ୩୬.୪ ଡିଗ୍ରି ରହିଥିବା ବେଳେ ଓ କଟକରେ ୩୫.୨ ଡିଗ୍ରି ସେଲସିୟସ ରହିଛି। ଏଥିସହ

ବାଲେଶ୍ୱର ୩୪.୨

ଚାନ୍ଦବାଲି ୩୫.୪

ପାରାଦୀପ ୩୧.୯

ଗୋପାଳପୁର ୩୨.୮

ପୁରୀ ୩୨.୨

ଅନୁଗୁଳ ୩୯.୭

ବାରିପଦା ୩୮.୫

ଝାରସୁଗୁଡ଼ା ୪୦.୦

କେନ୍ଦୁଝର ୩୬.୬

ସମ୍ବଲପୁର ୩୯.୮

ସୁନ୍ଦରଗଡ଼ ୪୦.୦

ହୀରାକୁଦ ୩୮.୬

ତାଳଚେର ୪୦.୩

ଭବାନୀପାଟଣା ୪୦.୨

ବଲାଙ୍ଗୀର ୪୧.୩

କୋରାପୁଟ ୩୫.୨

ମାଲକାନଗିରି ୪୦.୫

ଦାରିଙ୍ଗିବାଡ଼ି ୩୪.୦

ନୟାଗଡ଼ ୩୮.୦

ବୌଦ୍ଧ ୪୦.୮

ଛତ୍ରପୁର ୩୩.୨

ପାରଳାଖେମୁଣ୍ଡି ୩୭.୦

ରାୟଗଡ଼ା ୩୯.୦ ଡିଗ୍ରି ସେଲସିୟସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe