ମିଳିଲାନି କାନ୍ଧ : ମା’ର ଶବକୁ ସାଇକେଲରେ ବୋହିଲା ନାବାଳକ

ମିଳିଲାନି କାନ୍ଧ : ମା’ର ଶବକୁ ସାଇକେଲରେ ବୋହିଲା ନାବାଳକ

ଇବ୍‌ଥର୍ମାଲ : ପୁଣି ଶବକୁ ମିଳିଲାନି କାନ୍ଧ। ମା’ର ଶବକୁ ସାଇକେଲରେ ବୋହିଲା ପୁଅ। ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ସରଣ୍ଡାମାଳ ପଞ୍ଚାୟତ କର୍ପାବାହାଲ ନିକଟ ବନ୍ଧବାହାଲରେ ବୁଧବାର ସକାଳ ୧୦ଟା ବେଳେ ଦେଖିବାକୁ ମଳିଛି ଏଭଳି କରୁଣ ଦୃଶ୍ୟ।

ସ୍ବର୍ଗତ ମନୁ ସିନ୍ଧରିଆଙ୍କ ସ୍ତ୍ରୀ। ମନୁଙ୍କ ନିଜ ଘର ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଲିପସପାଲି ଗାଁରେ। ମନୁ କାମଧନ୍ଦା ଅନ୍ବେଷଣରେ ଏ ଅଞ୍ଚଳକୁ ୭/୮ ବର୍ଷ ତଳେ ଆସିଥିଲେ। ଘର ଖଣ୍ଡେ ନଥିବାରୁ ସେ ଜାନକୀଭ୍କ ମାମୁଁ କନିସ୍କ କାରିଗରଙ୍କ ଘରେ ଆଶ୍ରୟ ନେଇଥିଲେ। ଦେଢ଼ ବର୍ଷ ତଳେ ମନୁଙ୍କ ମୃତ୍ୟୁ ହୋଇଥିଲା। ପରିବାରରେ ସ୍ତ୍ରୀ ଜାନକୀ ଓ ପୁଅ ସୂରଜ। ଝିଅର ବିବାହ ହୋଇସାରିଥିଲା। ସେ କହିବାନୁସାରେ, ମା’ ବୁଧବାର ସକାଳେ ପାଣି ଆଣୁଥିବା ବେଳେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ। ଅଜା କନିସ୍କଙ୍କୁ ଡାକିଥିଲେ। ସେ ସମୟରେ ଜାନକୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହାପରେ ସୂରଜ ଅନୁରୋଧ କରିବା ସତ୍ତ୍ବେ ସାଇପଡ଼ିଶାରେ ଲୋକ କାନ୍ଧ ଦେବାକୁ ବାହାରି ନଥିଲେ। ଶବ ନେବାକୁ ଖଟ ଖଣ୍ଡେ ବି ନଥିଲା। ସୂରଜ ବାଉଁଶ ସହାୟତାରେ ଶବକୁ ବାନ୍ଧି ସାଇକଲରେ କନିସ୍କଙ୍କ ସହ ବାହରିଥିଲା। କର୍ପାବାହାଲରୁ ପ୍ରାୟ ଅଧ କିଲୋମିଟର ଦୂର ପରେ ବନ୍ଧବାହାଲରେ ଦିନ ପ୍ରାୟ ୨ଟାରେ କିଛି ଏହି ଦୃଶ୍ୟ ଦେଖିଥିଲେ। ଖବର ପାଇ ବନ୍ଧବାହାଲ ଫାଣ୍ଡି ପୁଲିସ୍ ଓ ବୁଦ୍ଧିଜୀବୀ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସାହାଯ୍ୟ କରିବାକୁ ଚାହିଁଥିଲେ ମଧ୍ୟ ସୂରଜ ଓ କନିସ୍କ ଶବକୁ ନେଇ ନିକଟରେ ପତ୍ରା ଜଙ୍ଗଲରେ ସତ୍କାର କରିବାକୁ ଚାଲି ଯାଇଥିଲେ। ବନ୍ଧବାହାଲ ଫାଣ୍ଡି ଅଧିକାରୀ ଲନୁସ ଲାକ୍ରା କହିଛନ୍ତି ଯେ ସେମାନେ ଘରକୁ ଫେରିବା ପରେ ତଦନ୍ତ କରିଛନ୍ତି। ଏମାନେ ପ୍ରକୃତରେ ବରଗଡ଼ ଜିଲ୍ଲା ଅତାବିରା ଥାନା ଶ୍ରୀଗିଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ସେଠାରୁ ସୁନ୍ଦରଗଡ଼ ଏବଂ ପରେ ଏଠାକୁ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe