ବାହାଘର ସ୍ବପ୍ନ ଚୁର୍‌ମାର୍‌, ଦୁର୍ଘଟଣାରେ ତାରିଣୀଙ୍କ ମୃତ୍ୟୁର ଦିନକ ପରେ ଜୀବନ ହାରିଲେ ସନ୍ତୋଷିନୀ

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ହିଞ୍ଜିଳିକାଟୁ : ବାହାଘର ହୋଇଥା’ନ୍ତା, ଘରସଂସାର ଗଢ଼ିଥା’ନ୍ତେ..ଏମିତି କେତେ କ’ଣ ସ୍ବପ୍ନ ଦେଖିଥିଲେ। ହେଲେ କିଏ ଜାଣିଥିଲା, ବିଧାତା ଲେଖିଥିଲା ଅନ୍ୟ କିଛି। ସବୁ ସ୍ବପ୍ନ ନିମିଷକରେ ଚୁର୍‌ମାର୍‌ ହୋଇଗଲା। ହିଞ୍ଜିଳି ଥାନା ଅଧୀନ ଚାନ୍ଦୁଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାବି ସ୍ବାମୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁର ଗୋଟିଏ ଦିନ ପରେ ତାଙ୍କ ହାତ ଧରିବାକୁ ଥିବା ଯୁବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ମୃତକ ଜଣଙ୍କ ଚାନ୍ଦୁଲି ଗ୍ରାମର ସନ୍ତୋଷିନୀ ଗୌଡ଼(୨୧)। ପ୍ରକାଶ ଥାଉକି, ହିଞ୍ଜିଳି ଥାନା ଖଇରବେଠି ଗ୍ରାମର ତାରିଣୀ ଗୌଡ଼ଙ୍କ ସହ ସନ୍ତୋଷିନୀଙ୍କ ବାହାଘର ସ୍ଥିର ହୋଇଥିଲା। ତାରିଣୀ ସୁରତରେ ରହୁଥିଲେ। ବାହାଘର ପାଇଁ ଭିଟାମାଟିକୁ ଫେରିଥିଲେ। କିନ୍ତୁ ଗତକାଲି ଶେରଗଡ଼ ରାସ୍ତାରେ କୁରୁଳା ଗ୍ରାମ ନିକଟରେ ଏକ ଟ୍ରକ୍‌ ଧକ୍କା‌ ଦେବାରୁ ତାରିଣୀଙ୍କ ମୃତ୍ୟୁ ହୋଇଥିଲା। ଭାବି ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସନ୍ତୋଷିନୀ ବହୁତ ଭାଙ୍ଗି ପଡ଼ିଥିଲେ। ଆଜି ସେ ସମସ୍ତଙ୍କ ଅଗୋଚରରେ ବେକରେ କପଡ଼ା ଭିଡ଼ି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଗ୍ରାମର କିଛି ଲୋକଙ୍କ ସହ ମିଶି ପରିବାର ଲୋକ ଯୁବତୀଙ୍କ ଶବକୁ ଘର ପଛପଟ ଏକ ତୋଟାରେ ଦାହ କରି ସାରିଥିଲେ। ତେବେ ଘରେ କେହି ପୁରୁଷ ଲୋକ ଉପସ୍ଥିତ ନଥିବାରୁ ପୁଲିସକୁ ଜଣାଇ ପାରି ନଥିବା ସନ୍ତୋଷିନୀଙ୍କ ମା' ଲିଖିତ ଭାବେ ପୁଲିସ ନିକଟରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe