କର୍କଟ ପୀଡିତାଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସୋନୁ ସୁଦ୍

Advertisment
କର୍କଟ ପୀଡିତାଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ସୋନୁ ସୁଦ୍

ସମ୍ବଲପୁର : ବଲିଉଡ୍‌ ଅଭିନେତା ସୋନୁ ସୁଦ୍ ଲକ୍‌ଡାଉନ୍‌ ସମୟରେ ବହୁ ଲୋକଙ୍କ ପାଇଁ ଦେବଦୂତ ସାଜି ସେମାନଙ୍କୁ ସାହାଯ୍ୟ କରିଆସିଛନ୍ତି। ଏଥିପାଇଁ ସେ ବେଶ୍‌ ପ୍ରଶଂସା ମଧ୍ୟ ପାଇଛନ୍ତି। ଏବେ ବରଗଡ଼ ଜିଲ୍ଲାର ଫୁସ୍‌ଫୁସ୍‌ କର୍କଟ ପୀଡ଼ିତ ରତ୍ନାବତୀ ପ୍ରଧାନ(୨୨) ନାମକ ଯୁବତୀଙ୍କୁ ସାହାଯ୍ୟ କରିବା ପାଇଁ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୋନୁ। ଯୁବତୀ ଜଣକ କର୍କଟ ରୋଗର ଚତୁର୍ଥ ଷ୍ଟେଜ୍‌ରେ ଅଛନ୍ତି। ତାଙ୍କୁ ସହାୟତା ପାଇଁ ସୁକାନ୍ତ କୁମାର ମେହେର ନାମକ ଜଣେ ବ୍ୟକ୍ତି ସୋନୁ ସୁଦ୍‌ଙ୍କୁ ଅନୁରୋଧ କରିଥିଲେ। ଏଥିସହ ରତ୍ନାବତୀଙ୍କୁ ସହାୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁବିଧା ହୋଇପାରିନାହିଁ ବୋଲି ସୁକାନ୍ତ ଏହି ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ।

ଏହାପରେ ‘ସିଏମ୍‌ଓ ଓଡ଼ିଶା’କୁ ଟ୍ୟାଗ୍‌ କରି ସୋନୁ ଏହାକୁ ରିଟ୍ବିଟ୍ କରିଛନ୍ତି। ଯୁବତୀ ଜଣଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ କେରଳର ବିଭିନ୍ନ ପୋଷାକ ତିଆରି କାରଖାନାରେ ଲକ୍ଡ଼ାଉନ ଯୋଗୁ ଅଟକି ରହିଥିବା ୧୬୯ ଓଡ଼ିଆ ଝିଅଙ୍କୁ ଏକ ସ୍ବତନ୍ତ୍ର ବିମାନରେ ପଠାଇବା ବ୍ୟବସ୍ଥା କରିଥିଲେ ସୋନୁ। ନିକଟରେ ନିଟ୍‌ ପରୀକ୍ଷା ପ୍ରସ୍ତୁତି ପାଇଁ ସମ୍ବଲପୁରର ଝିଅ ଲିପ୍ସାଙ୍କୁ ଏକ ମୋବାଇଲ୍ ମଧ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe