ଖୁବ୍‌ ଶୀଘ୍ର ବିଜେଡିର ସାଙ୍ଗଠନିକ ଅଦଳବଦଳ

ବିଜେଡି ଆପେ ଆପେ ଭାଙ୍ଗିଯିବ: ପୀତାମ୍ବର ଆଚାର୍ଯ୍ୟ

Biju Janata Dal Odisha (BJD) | Political Party In Odisha

ଭୁବନେଶ୍ବର: ନିର୍ବାଚନରେ ବିଜେଡିର ଅପ୍ରତ୍ୟାଶିତ ପରାଜୟ ପରେ ବିଜେଡିର ତୁଙ୍ଗ ନେତାମାନେ ଦଳ ମୁଖିଆଙ୍କୁ ଘନ ଘନ ଭେଟୁଛନ୍ତି। କିପରି ବିଜେଡିକୁ ଆଗାମୀ ଦିନରେ ଅଧିକ ସୁଦୃଢ କରାଯିବ, ରାଜ୍ୟବାସୀଙ୍କ ମଧ୍ୟରେ ବିଜେଡି ପ୍ରତି ଆସ୍ଥା, ବିଶ୍ବାସ ଫେରିବ ସେନେଇ ଆଲୋଚନା ହେଉଛି। ହେଲେ ଏହାରି ଭିତରେ ସୂଚନା ମିଳିଛି ଯେ ରଥଯାତ୍ରା ପୂର୍ବରୁ ବିଜେଡିର ସାଙ୍ଗଠନିକ ଅଦଳବଦଳ ହେବ। କେଉଁ ନେତାଙ୍କୁ କ’ଣ ଦାୟିତ୍ବ ଦିଆ‌ଯିବ ସେନେଇ ଆଲୋଚନା ମାଧ୍ୟମରେ ମତାମତ ସଂଗ୍ରହ କରାଯାଉଛି। ନବୀନ ବିରୋଧୀ ଦଳ ନେତା ହୋଇଥିବାରୁ ତାଙ୍କ ନେତୃତ୍ବରେ ଦଳ ବିଧାନସଭା ଗୃହରେ ଏବଂ ବାହାରେ ଶାସକ ଦଳକୁ ଘେରିବ। ହେଲେ ନବୀନଙ୍କ କୋର୍‌ ଟିମ୍‌ରେ କେଉଁ ନେତା ଆଗରେ ରହିବେ, ବିଭିନ୍ନ ସଂଗଠନ ଦାୟିତ୍ବରେ କିଏ କିଏ ରହିବେ ସେନେଇ ଆଲୋଚନା ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ବର୍ଷତମାମ୍ ବିଜେଡି ଲୋକଙ୍କ ସହ ରହିବ। ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ, ଧାରଣା ଦେଇ ସରକାରଙ୍କୁ ଘେରିବ। ଏଥିପାଇଁ ବିଜେଡିର ଦଳୀୟ ସଂଗଠନ, ଯୁବ, ମହିଳା, ଛାତ୍ର ସଂଗଠନର ସଭାପତିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ସଂଗଠନ ଦାୟିତ୍ବରେ ଥିବା ନେତା ବଦଳାଯିବ। ବିଭିନ୍ନ ଜିଲ୍ଲା ଦାୟିତ୍ବ‌ରେ ଥିବା ପର୍ଯ୍ୟବେକ୍ଷକ, ଜିଲ୍ଲା ସଭାପତି ବି ବଦଳିବେ। ଗଣମାଧ୍ୟମ ସେଲ୍‌, ମୁଖପାତ୍ର, ପ୍ୟାନେଲିଷ୍ଟ ତାଲିକାରେ ବି ବଡ଼ ଧରଣର ଅଦଳବଦଳ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe