ଖୁବ୍‌ଶୀଘ୍ର ନୂଆ ସଙ୍କର କିସମ ନଡ଼ିଆ, ବର୍ଷକୁ ଏକାଥରେ ଫଳିବ ୧୦୦ରୁ ୧୫୦

Advertisment

ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା

ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା

ଫନି ପରଠୁ ଓଡ଼ିଶା ନଡ଼ିଆ ଗାଏବ

Tourism in Karnataka

ଆନ୍ଧ୍ରରେ ସଫଳ ହୋଇଛି ଗୋଦାବରୀ-ଗଙ୍ଗା କିସମ ଚାଷ

ଭୁବନେଶ୍ବର : ଗୋଟିଏ ଗଛରେ ବର୍ଷକୁ ଏକାଥରେ ୧୦୦ରୁ ୧୫୦ ନଡ଼ିଆ ଦେବ ଗୋଦାବରୀ-ଗଙ୍ଗା। ବଡ଼ ନଡ଼ିଆ ସହିତ ମିଠା ପାଣିର ମଜା ନେଇ ପାରିବେ ଲୋକେ। ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ ଏହି ସଙ୍କର କିସମ ନଡ଼ିଆ ଉତ୍ପାଦନ ହେବାକୁ ଯାଉଛି। ୨୦୦୪ ମସିହାରେ ଓୟୁଏଟି ପକ୍ଷରୁ କରାଯାଇଥିବା ଗବେଷଣା ଆଧାରରେ ଜାତୀୟ ନଡ଼ିଆ ଗବେଷଣା କେନ୍ଦ୍ର ପକ୍ଷରୁ ରାଜ୍ୟରେ ଏହାର ଉତ୍ପାଦନ ପାଇଁ ପରାମର୍ଶ ଦିଆଯାଇଛି। ଓୟୁଏଟି ଖୁବ୍‌ଶୀଘ୍ର ଏହି କିସମ ଉନ୍ମୋଚନ କରିବ ବୋଲି ଜଣାପଡ଼ିଛି।

ନଡ଼ିଆ ବନୀକରଣ କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ପଞ୍ଚମ। ରାଜ୍ୟର ପୁରୀ, ମୟୂରଭଞ୍ଜ, ବାଲେଶ୍ବର, କଟକ, ଯାଜପୁର, ଜଗତସିଂହପୁର ସହିତ କିଛି ବର୍ଷ ହେଲା ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାକୁ ମିଶାଇ ସମୁଦାୟ ୫୧ ହଜାର ହେକ୍ଟରରେ ନଡ଼ିଆ ଚାଷ କରାଯାଉଛି। ହେକ୍ଟର ପିଛା ୬,୭୧୯ ନଟ୍‌ ନଡ଼ିଆ ଉତ୍ପାଦିତ ହୋଇ ପାରୁଛି। ରାଜ୍ୟରେ ଅନୁକୂଳ ପରିବେଶ ଯୋଗୁଁ ଗଛ ଲଗାଇ ଦିଆଯାଉଥିଲେ ମଧ୍ୟ ଉପଯୁକ୍ତ ଯତ୍ନ, ସାରର ଅଭାବ ଏବଂ ବାତ୍ୟା ଯୋଗୁଁ ଆଖିଦୃଶିଆ ଉତ୍ପାଦନ ନାହିଁ। ବର୍ତ୍ତମାନ ସ୍ଥିତିରେ କେବଳ ଓୟୁଏଟିକୁ ଛାଡ଼ିଦେଲେ କେଉଁଠାରେ ମଧ୍ୟ ବ୍ୟବସ୍ଥିତ ଭାବେ ନଡ଼ିଆ ଲଗାଯାଇ ନାହିଁ। ଫନି ପରେ ଚାରା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ନଡ଼ିଆ ଗଛଗୁଡ଼ିକ ୨୦ରୁ ୬୦ ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ। ପୁରୀରେ ବ୍ୟାପକ ନଡ଼ିଆ ଗଛ ରହିଛି। ଏଥି ମଧ୍ୟରୁ ଅନେକ ପୁରୁଣା ହୋଇଯାଇଛି, ଯାହାକି ଉତ୍ପାଦନକ୍ଷମ ନୁହେଁ। ଏଥିସହିତ ସ୍ଥାନୀୟ ନଡ଼ିଆ ଗଛରେ ଏକାଥରେ ୬୦ରୁ ସର୍ବାଧିକ ୧୦୦ ନଡ଼ିଆ ଫଳ ଧରିଥାଏ। ଗୋଦାବରୀ-ଗଙ୍ଗା କିସମରେ ଏକାସହିତ ୧୦୦ରୁ ୧୫୦ ଫଳ ଧରୁଥିବା ଆନ୍ଧ୍ରପ୍ରଦେଶରେ ଦେଖାଯାଇଛି।

ରାଜ୍ୟରେ ନଡ଼ିଆ ଉତ୍ପାଦନ ବୃଦ୍ଧି ପାଇଁ ୨୦୦୪ ମସିହାରେ ଓୟୁଏଟିରେ ଗୋଦାବରୀ-ଗଙ୍ଗାକୁ ନେଇ ଗବେଷଣା ଆରମ୍ଭ ହୋଇଥିଲା। ଅଲ ଇଣ୍ଡିଆ କୋକୋନଟ ରିସର୍ଚ ପ୍ରୋଜେକ୍ଟ ଅନ୍‌ ପାମ୍‌ ଅଧୀନରେ ଓୟୁଏଟି ଉଦ୍ୟାନ ବିଭାଗ ସହଯୋଗୀ ପ୍ରଫେସର ଅଜିତ ସାହୁଙ୍କ ନେତୃତ୍ବରେ ଏହି ଗବେଷଣା କରାଯାଉଛି। ୧୫ ବର୍ଷ ପରେ ନଡ଼ିଆ ଗଛରେ କ୍ଷମତାର ସହିତ ଫଳ ଧରୁଥିବାରୁ ୨୦୨୦ ମସିହାକୁ ଅପେକ୍ଷା କରାଯାଇ ଥିଲା। ମାତ୍ର ଏଥି ପୂର୍ବରୁ ୨୦୧୯ ମସିହା ଫନିରେ ବ୍ୟାପକ ଗଛ ନଷ୍ଟ ହୋଇଗଲା। ଫଳରେ ଗବେଷଣା ବାଧାପ୍ରାପ୍ତ ହୋଇଥିଲା। ତିନି ବର୍ଷ ପର୍ଯ୍ୟନ୍ତ ଏଥିରେ ଭଲ ଫଳ ଧରିଲା ନାହିଁ। ପୂର୍ଣ୍ଣ କ୍ଷମତାର ସହିତ ଫଳ ଉତ୍ପାଦନ ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଏକାଥରେ ୧୦୦ ନଡ଼ିଆ ଫଳୁଛି। ଉତ୍ପାଦନ ବୃଦ୍ଧି ପାଇଁ ଚାରା ନିରୂପଣ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ। ମାତ୍ର ଓଡ଼ିଶାରେ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉ ନ ଥିବାରୁ ଗୋଦାବରୀ-ଗଙ୍ଗା ପାଇଁ ପରାମର୍ଶ ଦିଆଯାଉଛି। ଏହାର ବନୀକରଣ ଉପକରଣ ଓୟୁଏଟି ପାଖରେ ନାହିଁ। ସଙ୍କର କିସମରେ ମଞ୍ଜିରୁ ଚାରା ବାହାରିବା ପାଇଁ ଆହୁରି ୨ ବର୍ଷ ଲାଗିବ। ଯେଉଁ କିସମ ନଡ଼ିଆ ଚାଷ ଚାଷୀ କରନ୍ତୁ, କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦେବା ପାଇଁ ପରାମର୍ଶ ଦେଇଛନ୍ତି ପ୍ରଫେସର ସାହୁ। ସେ କହିଛନ୍ତି, କେବଳ ସଙ୍କର କିସମ ଭାବି ଯେ କୌଣସି ନଡ଼ିଆ ଚାରା କିଣନ୍ତୁ ନାହିଁ। ଏହା ୯ରୁ ୧୨ ମାସ ହେବା ସହିତ ୫ରୁ ୬ଟି ପତ୍ର ରହିବା ଦରକାର। ମୂଳ ୧୫ ସେଣ୍ଟିମିଟର ହେବା ସହିତ, ୩ରୁ ୫ ମାସ ଭିତରେ ଗଜା ମାରିଥିବା ଦରକାର। ଏସବୁ ପ୍ରତି ଦୃଷ୍ଟି ଦେଲେ ଯାଇ ଜଣେ ଚାଷୀ ଉପକୃତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe