ଗୁଳିକାଣ୍ଡ ମାମଲା: ୩ଅଭିଯୁକ୍ତଙ୍କ ଜାମିନ ନାକଚ, ପୁଲିସ ସ୍କାନରରେ ମୁଖ୍ୟ ସହଯୋଗୀ

ଗୁଳିକାଣ୍ଡ ମାମଲା: ୩ଅଭିଯୁକ୍ତଙ୍କ ଜାମିନ ନାକଚ, ପୁଲିସ ସ୍କାନରରେ ମୁଖ୍ୟ ସହଯୋଗୀ

Image Courtesy of India Today

ଜୟପୁର:  ଜୟପୁର ଡେଙ୍ଗାତୋଟା ଶ୍ମଶାନ ନିକଟରେ ବ୍ୟବସାୟୀ ଆଦର୍ଶ ଆଗ୍ରୱାଲଙ୍କୁ ହୋଇଥିବା ଗୁଳିମାଡ଼ ଘଟଣାର ୨୭ଦିନ ପରେ ବି ପୁଲିସ ଏହି ମାମଲାର ମୁଖ୍ୟ ସହଅଭିଯୁକ୍ତଙ୍କୁ ଧରି ପାରିନି। ଏହି ମାମଲାରେ  ପୁଲିସ ଏ ପର୍ଯ୍ୟନ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।  ସହ ମୁଖ୍ୟଅଭିଯୁକ୍ତ ଇମ୍ରାନ ଖାନ୍ ଓ ଟୁଲୁ ଖୋସ୍ଲା ପୁଲିସ ସ୍କାନରରେ ଥିବା ବେଳେ ଅତି ଶୀଘ୍ର ଧରାଯିବ ବୋଲି କହିଛନ୍ତି ଏସପି ଅଭିନବ ସୋନକର। ଅପରପକ୍ଷରେ ଆଜି ଏହି ମାମଲାରେ ବିଚାରବିଭାଗୀୟ ହାଜତରେ ଥିବା ଅଭିଯୁକ୍ତ ଅଭିଜିତ୍ ମହୁରିଆ, ଫିରୋଜ ନାଗ ଓ ସଚିନ ନାୟକଙ୍କ ଜାମିନ୍ ଆବେଦନକୁ ସହକାରୀ ସେସନସ୍ ଜଜ୍ ତଥା ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ନାକଚ କରିଛନ୍ତି। ହାଇକୋର୍ଟରେ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଦାଖଲ କରାଯିବ ବୋଲି କହିଛନ୍ତି ଆଇନଜୀବୀ ଆରତୀ ମହାନ୍ତି। ଅଭିଯୁକ୍ତଙ୍କ ଆଇନଜୀବୀ ଅଭିଯୁକ୍ତଙ୍କ ପାଇଁ ଜିଲ୍ଲା ଦୌରାଜଜ୍ କୋର୍ଟରେ ଜାମିନ୍ ଆବେଦନ ଦାଖଲ କରିଥିଲେ। ତେବେ ସେଠାରୁ ଜିଲ୍ଲାଦୌରାଜଜ୍ ସହକାରୀ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ କୋର୍ଟକୁ ଏହି ମାମଲାର ଜାମିନ୍ ଆବେଦନର ଶୁଣାଣୀ ପାଇଁ ସ୍ଥାନାନ୍ତର କରିଥିଲେ।

ପ୍ରକାଶଯୋଗ୍ୟ, ଗତ ୪ତାରିଖ ଦିନ ଡେଙ୍ଗାତୋଟା ଶ୍ମଶାନ ନିକଟରେ ବ୍ୟବସାୟୀ ଆଦର୍ଶ ଆଗ୍ରୱାଲଙ୍କୁ ଅଭିଯୁକ୍ତ ମାନେ ମାଗିଥିବା ୫୦ଲକ୍ଷର ବଟି ମିଳି ନଥିବାରୁ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଯୋଜନା କରି ୨ରାଉଣ୍ଡ ଗୁଳି ମାଡ ଅଭିଯୁକ୍ତ ମାନେ କରିଥିଲେ ବୋଲି  ପୁଲିସ ପକ୍ଷରୁ କୁହାଯାଇଛି। ଭାଗ୍ୟବଶତଃ ବ୍ୟବସାୟୀ ଜଣକ ବଂଚି ଯାଇଥିଲେ। ପୁଲିସ ଥରକ ରିମାଣ୍ଡରେ ମୁଖ୍ୟଅଭିଯୁକ୍ତଙ୍କୁ ଆଣିବା ପରେ ଆଉ ୨ ସହ ଅଭିଯୁକ୍ତ ଫିରୋଜ ନାଗ ଓ ସଚିନ ନାୟକଙ୍କୁ ଗିରଫ କରିପାରିଥିଲେ। ତେବେ ଗତ ୧୧ତାରିଖ ଦିନ ୨ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରିଥିଲେ।

ଘଟଣାର ଦୁଇ ଦିନ ପରେ ଅର୍ଥାତ ୬ତାରିଖଦିନ ଘଟଣାର ମୁଖ୍ୟଅଭିଯୁକ୍ତ  ଅଭିଜିତ୍ ମହୁରିଆଙ୍କୁ ଗିରଫ କରିବା ସହ ତା ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଓ କଳା ମାସ୍କ ଜବତ କରିଥିଲେ। ଘଟଣାର ୬ଦିନ ପରେ  ଅନ୍ୟ ୨ଅଭିଯୁକ୍ତ ଧରା ପଡିଥିଲେ। ତେବେ ଘଟଣାର ୨୭ଦିନ ପରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ସ୍କାନରରେ ରଖିଥିବା କହୁଥିଲେ ହେଁ କେତେ ଦିନ ପରେ ଏମାନେ ଧରାପଡ଼ିବେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତଙ୍କ ଆଇନଜୀବୀ ଅଭିଯୁକ୍ତଙ୍କ ପାଇଁ ଜିଲ୍ଲା ଦୌରାଜଜ୍ କୋର୍ଟରେ ଜାମିନ୍ ଆବେଦନ ଦାଖଲ କରିଥିଲେ। ତେବେ ସେଠାରୁ ଜିଲ୍ଲାଦୌରାଜଜ୍ ସହକାରୀ ଜିଲ୍ଲା ଦୌରାଜଜ୍ ତଥା ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ କୋର୍ଟକୁ ଏହି ମାମଲାର ଜାମିନ୍ ଆବେଦନର ଶୁଣାଣୀ ପାଇଁ ସ୍ଥାନାନ୍ତର କରିଥିଲେ। ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଜାମିନ୍ ଆବେଦନକୁ ନାକଚ କରିବା ପରେ ସେ ଏହି ନିର୍ଦେଶନାମାକୁ ନେଇ ମାନ୍ୟବର ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଆଇନଜୀବୀ ଆରତୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe