ମଙ୍କିପକ୍ସ ମୁକାବିଲା ପାଇଁ ଜାରି ହେଲା ଏସ୍‌ଓପି

Advertisment
ମଙ୍କିପକ୍ସ ମୁକାବିଲା ପାଇଁ ଜାରି ହେଲା ଏସ୍‌ଓପି

Outlook India

କଟକ : ମଙ୍କିପକ୍ସ ରୋଗ ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ ତାଲିମ୍‌ ଶିବିର ଆଜି ଏସ୍‌ସିବି ମେଡିକାଲ୍‌ରେ ଅନୁଷ୍ଠିତ ହୋଇଛି। ଏହି ତାଲିମ୍‌ ଶିବିରରେ ରାଜ୍ୟର ୧୮୦ ଜଣ ଡାକ୍ତର, ୨୦ ଜଣ ରିସୋର୍ସ ପର୍ସନ ଯୋଗ ଦେଇଥିଲେ। ଏହି ଅବସରରେ ମଙ୍କିପକ୍ସ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍‌(ଏସ୍ଓପି) ଜାରି କରାଯିବା ସହ ବୈଷୟିକ କମିଟି ଗଠନ କରାଯାଇଛି। ଏସ୍‌ସିବିରେ ଗଠନ କରାଯାଇଥିବା ବୈଷୟିକ କମିଟିକୁ ରାଜ୍ୟ କମିଟିର ଦାୟିତ୍ବ ଦିଆଯାଇଛି। ମଙ୍କି ପକ୍ସ ସଂପର୍କରେ ଏଣିକି ଏସ୍‌ସିବି ମେଡିକାଲ , ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ, ଆରଏମ୍‌ଆରସି, ଡବ୍ଲୁଏଚ୍‌ଓ ମିଳିତଭାବେ ତାଲିମ୍‌ ଦେବେ।

ଆଜିର ରାଜ୍ୟସ୍ତରୀୟ ତାଲିମ୍‌ ଶିବିର ମଙ୍କିପକ୍ସ କମିଟିର ରାଜ୍ୟ ନୋଡାଲ ଅଫିସର ତଥା ଏସ୍‌ସିବି ‌କମିଟିର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶିବିର ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଡିଏମ୍‌ଇଟି ଡାକ୍ତର ବ୍ରଜକିଶୋର ଦାସ, ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଡବ୍ଲୁଏଚ୍‌ଓର ଟିମ୍‌ ଲିଡର ଡାକ୍ତର ନିହାର ରାୟ, ଡାକ୍ତର ସତ୍ୟ ପାଣିଗ୍ରାହୀ, ଡାକ୍ତର ଭୁବନାନନ୍ଦ ମହାରଣା ପ୍ରମୁଖ ଯୋଗ ଦେଇ ମଙ୍କିପକ୍ସ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍‌(ଏସ୍ଓପି)କୁ ଉନ୍ମୋଚନ କରିଥିଲେ। ସଂକ୍ରମଣ ନିୟନ୍ତ୍ରଣ ବା ଇନ୍‌ଫକେସନ୍ ପ୍ରିଭେନସନ୍‌ କିପରି କରାଯିବ ତାରି ଉପରେ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ଟେକ୍ନିକାଲ କମିଟିରେ ଚର୍ମରୋଗ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଶିଶୁରୋଗ ବିଭାଗର ସହଯୋଗୀ ପ୍ରଫେସର ଡାକ୍ତର ନାରାୟଣ ମୋଦି, କମ୍ୟୁନିଟି ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମିନାକ୍ଷୀ ମହାନ୍ତି, ମାଇକ୍ରୋବାୟୋଲୋଜି ବିଭାଗ ସହଯୋଗୀ ପ୍ରଫେସର ଡାକ୍ତର ଭବାନୀ ପଟ୍ଟନାୟକ ପ୍ରମୁଖ ସଦସ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe