ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ୍, ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ ପାଇଁ ଜାରି ହେଲା ଏସ୍‌ଓପି

Advertisment
ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ୍, ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ ପାଇଁ ଜାରି ହେଲା ଏସ୍‌ଓପି

The Logical Indian

୩ରୁ ଅଧିକ ଅନ୍ତେବାସୀ ଏକତ୍ର ଠିଆ ହେବା ଉପରେ ରୋକ
ସପ୍ତାହକୁ ୧୫ମିନିଟ ବାହାରକୁ ଯାଇପାରିବେ ଅନ୍ତେବାସୀ

ଭୁବନେଶ୍ବର : କରୋନାର ଦ୍ବିତୀୟ ଲହରକୁ ନଜରରେ ରଖି ରାଜ୍ୟରେ ଥିବା ମାନସିକ ସ୍ବାସ୍ଥ୍ୟ ହଷ୍ଟେଲ, ଅନାଥାଶ୍ରମ, ସର୍ଟ ଷ୍ଟେ ହୋମ ଓ ଶିଶୁ ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ରଗୁଡ଼ିକ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି ହୋଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସବୁ ଜିଲ୍ଲାପାଳ, ନଗର ନିଗମ, ସିଡିଏମ୍‌ଓ ଓ ଏସ୍‌ସିବି ଏମଏଚ୍‌ଆଇର ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ହଷ୍ଟେଲ/କେନ୍ଦ୍ର ପରିସରରେ ଛେପ ପକାଇବା ଉପରେ କଟକଣା ଲଗାଇବା ସହିତ ପ୍ରଥମ ଥର କେନ୍ଦ୍ରକୁ ଆସିଲେ ତାଙ୍କର କୋଭିଡ୍‌ ପରୀକ୍ଷା କରିବା ଲାଗି କୁହାଯାଇଛି। ସେହିପରି ଏସବୁ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରବେଶ ସମୟରେ ହାତ ସଫା ସହିତ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯିବ। ଯେଉଁ କର୍ମଚାରୀଙ୍କ କୌଣସି ପ୍ରକାର ଲକ୍ଷଣ ନାହିଁ କେବଳ ସେମାନଙ୍କୁ ହିଁ ପ୍ରବେଶର ଅନୁମତି ମିଳିବ। ଯଦି କୌଣସି ଅନ୍ତେବାସୀ କୋଭିଡ୍‌ ସନ୍ଦିଗ୍ଧ ବୋଲି ନଜରକୁ ଆସେ ତାଙ୍କ ପାଇଁ କେନ୍ଦ୍ରରେ ଏକ ଆଇସୋଲେସନ୍‌ ରୁମ୍ ରହିବା ବାଧ୍ୟତାମୂଳକ। ହଷ୍ଟେଲରେ ରହୁଥିବା ଅନ୍ତେବାସୀମାନେ ପରସ୍ପର ସହିତ ନିଜର କପ୍‌, ବାସନ କୁସନ, ଖାଦ୍ୟ, ପାନୀୟକୁ ଯେପରି ଆଦାନ ପ୍ରଦାନ ନ କରିବେ ତାହାକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଗୃହ ଗୁଡ଼ିକରେ ଯେପରି ମୁକ୍ତ ବାୟୁ ଚଳାଚଳ ରହିବା ତାହା ଉପରେ ୱାର୍ଡେନ୍ ନଜର ରଖିବେ।

ୱାସ୍‌ ରୁମକୁ ପ୍ରତ୍ୟେକ ଦିନ ନିୟମିତ ବ୍ୟବଧାନରେ ସଫା କରାଯିବା ସହିତ ଅନ୍ତେବାସୀମାନେ ଯେପରି ଅନ୍ୟର ସାବୁନ କିମ୍ବା ଡିସଇ‌ନଫେକ୍ଟାଣ୍ଟ ବ୍ୟବହାର କରିବେ ନାହିଁ। ଏକତ୍ର ଭାବେ ଖାଇବା, ପାଇଖାନା ଓ କରିଡରରେ ଭିଡ଼କୁ ବାରଣ କରାଯିବା ସହିତ ଏକତ୍ର ୩ରୁ ଅଧିକ ଅନ୍ତେବାସୀ ଏକାଠି ଠିଆ ହୋଇପାରିବା ଉପରେ ରୋକ ଲଗାଯାଇଛି। ଖାଇବା ସମୟରେ ଅଯଥା ଗହଳିକୁ ଏଡ଼ାଇବା ପାଇଁ କୁପନ ବ୍ୟବସ୍ଥା କରାଯିବା ସହିତ ମେସ୍‌‌ରେ ପ୍ରବେଶ କରିବା ପୂର୍ବରୁ ରୋଷେୟାଙ୍କ ମଧ୍ୟ ସ୍କ୍ରିନିଂ କରାଯିବା ଜରୁରୀ। ପ୍ରତ୍ୟେକ ଦିନ ହଷ୍ଟେଲ/କେନ୍ଦ୍ରରେ ଡାକ୍ତର ଗୋଟିଏ ରାଉଣ୍ଡ ପରିଦର୍ଶନ କରିବା ସହିତ ମେସ୍‌କୁ ସପ୍ତାହାନ୍ତ ସାନିଟାଇଜ୍ କରାଯିବ। ୨୪ଘଣ୍ଟିଆ ଏକ ଆମ୍ବୁଲାନ୍‌ସ ସଂରକ୍ଷିତ ରଖିବା ଜରୁରୀ। ଯଦି କୌଣସି ଅନ୍ତେବାସୀ ପଜିଟିଭ୍ ଚିହ୍ନଟ ହୁଅନ୍ତି ତାହେଲେ ତାଙ୍କୁ ତୁରନ୍ତ ହଷ୍ଟେଲ/କେନ୍ଦ୍ରରେ ଥିବା ଆଇସୋଲେସନ୍‌ କେନ୍ଦ୍ରକୁ ନେବା ସହିତ ପରିବାର ଲୋକଙ୍କୁ ଏ ସଂପର୍କରେ ସୂଚନା ଦିଆଯିବ। ଯଦି ଆବଶ୍ୟକ ପଡ଼େ ତାହେଲେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ। କୌଣସି ଅନ୍ତୋବସୀଙ୍କଠାରେ ଯଦି କାଶ, ଜ୍ବର, ତଣ୍ଟି ଖରାପ କିମ୍ବା ପତାଳା ଝାଡ଼ା ହେଉଥାଏ ସେ ସଂପର୍କରେ ଜିଲ୍ଲାସ୍ତରରେ ଥିବା ଆଇଡିଏସ୍‌ପି ସେଲ୍‌କୁ ସୂଚନା ଦିଆଯିବ। ହଷ୍ଟେଲ/କେନ୍ଦ୍ରର ଜଣେ ନୋଡାଲ ଅଧିକାରୀ ଆଇଡିଏସ୍‌ପି ସେଲ ସହିତ ‌ଯୋଗାଯୋଗରେ ରହିବେ।

ଅପରପକ୍ଷରେ ସପ୍ତାହରେ ସର୍ବାଧିକ ୧୫ମିନିଟ୍‌ ଜଣେ ଛାତ୍ର ବାହାରକୁ ଯାଇ ପାରିବେ। ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି ତାହାଲେ ତାଙ୍କୁ ସଙ୍ଗରୋଧରେ ରଖାଯିବା ସହିତ କ୍ୟାମ୍ପସ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ସମୟରେ ଯଦି କୌଣସି ପରିଦର୍ଶନକାରୀ କେନ୍ଦ୍ରକୁ ଆସନ୍ତି ତାଙ୍କର ସ୍କ୍ରିନିଂ ସହିତ ମାସ୍କ, ସାନିଟାଇଜେସନ୍ ଓ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅନ୍ତେବାସୀଙ୍କୁ ଭେଟିବା ଲାଗି ବ୍ୟବସ୍ଥା କରାଯିବା ଜରୁରୀ। ଜଣେ କର୍ମଚାରୀ ପରିଦର୍ଶନକାରୀଙ୍କ ରେଜିଷ୍ଟ୍ରୋରର ରକ୍ଷଣା‌ବେକ୍ଷଣ ସହିତ ତାଙ୍କର ସମସ୍ତ ଠିକଣା ସଂଗ୍ରହ କରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe